କୋହଲିଙ୍କ ଇସ୍ତଫାକୁ ନେଇ ଭାବୁକ ହେଲେ ଅନୁଷ୍କା: ଇନଷ୍ଟାଗ୍ରାମରେ ଲେଖିଲେ ଏମିତି କିଛି

ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଇସ୍ତଫା ପରେ ଏବେ ତାଙ୍କୁ ନେଇ ଚାରିଆଡ଼େ ଜୋର୍ ଧରିଛି ଚର୍ଚ୍ଚା । ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ତାଙ୍କର ଏଭଳି ନିଷ୍ପତ୍ତି ପାଇଁ ଫ୍ୟାନମାନେ ଚକିତ ମଧ୍ୟ ହୋଇଯାଇଛନ୍ତି । ତେବେ ତାଙ୍କୁ ସମର୍ଥନ କରି ଅନେକ ପୂର୍ବତନ କ୍ରିକେଟର ମାନେ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ବିରାଟ ଅଧିନାୟକ ପଦ ଛାଡିବା ପରେ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ସେ ଲେଖିଛନ୍ତି ତୁମ ଯାତ୍ରା ମହେନ୍ଦ୍ର ସିଂ ଧୋନୀଙ୍କଠାରୁ ଆରମ୍ଭ କରି ହୋଇ ଝିଅ ଭମିକା ଯାଏଁ ।

ଅନୁଷ୍କା ନିଜ ପୋଷ୍ଟରେ କୋହଲିଙ୍କ ଏକ ହସୁଥିବାର ଫଟୋ ସେୟାର କରି ଲେଖିଛନ୍ତି, ମୋର ୨୦୧୪ କଥା ମନେ ଅଛି ଯେବେ ତୁମେ କହିଥିଲ ମୁଁ ଇଣ୍ଡିଆ ଟେଷ୍ଟ ଟିମର କ୍ୟାପଟେନ ହୋଇଯାଇଛି । କାରଣ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇଯାଇଛନ୍ତି । ଯାହାପରେ ମୁଁ, ତୁମେ ଓ ଧୋନୀ ଏନେଇ କଥାବାର୍ତ୍ତା ହୋଇଥିଲୁ । ଧୋନୀ ତୁମକୁ କହିଥିଲେ ଦେଖିବ କେତେ ଜଲଦି ତୁମ ଦାଢି ଧଳା ହୋଇଯିବ । ଆମେ ଏହି କଥାରେ ବହୁତ ହସିଥିଲୁ । ସେବେଠୁ ତୁମ ଦାଢି ଧଳା ହେବା ବ୍ୟତୀତ ମୁଁ ଆହୁରି ଅନେକ କିଛି ଦେଖିଛି । ଭାରତୀୟ କ୍ରିକେଟ ଟିମରେ ତୁମର ଅବଦାନ ପାଇଁ ମୁଁ ଗର୍ବିତ । ଆଉ ତାଠାରୁ ମୁଁ ଅଧିକ ଗର୍ବିତ ତୁମ ଭିତରର ପରିବର୍ତ୍ତନ ପାଇଁ ।

୨୦୧୪ରେ ତୁମେ ବହୁତ ୟଙ୍ଗ ଥିଲ । ଭଲ ଚିନ୍ତାଧାର, ଆଉ ଲକ୍ଷ୍ୟ ସହିତ ଜୀବନରେ ଆଗକୁ ବଢୁଥିଲ । ଆଉ ଏହି ସମୟରେ ଅନେକ ଚ୍ୟାଲେଞ୍ଜକୁ ତୁମେ ସାମ୍ନା କରିଛି । ସେ ଚ୍ୟାଲେଞ୍ଜ ଖାଲି ପଡିଆରେ ନୁହେଁ ବାହାରେ ମଧ୍ୟ ରହିଥିଲା । ମୋର ତୁମ ଉପରେ ଭରସା ଅଛି । ନିଜ ସ୍ପଷ୍ଟବାଦିତା ଯୋଗୁଁ ତୁମେ କୌଣସି ବି ବାଧାବିଘ୍ନକୁ ଅତିକ୍ରମ କରିଦେଇପାର । ସମସ୍ତଙ୍କ ପାଇଁ ତୁମେ ଉଦାହରଣ ସୃଷ୍ଟି କରିଛ, ପ୍ରତିଟି ମ୍ୟାଚରେ ବିଜୟ ପାଇଁ ତୁମେ ସବୁକିଛି କରିଛ । ଆଉ କିଛି ପରାଜୟ ପରେ ତୁମ ପାଖରେ ବସିଥିବା ମୁଁ ତୁମ ଲୁହ ବି ଦେଖିଛି ।

ଅପେକ୍ଷା ହିଁ ତୁମର ସବୁଠାରୁ ବଡ ଶତ୍ରୁ । ତୁମର ଏହି କଥା ମୋ ନଜରର ତୁମକୁ ମହାନ କରିଛି । ସମସ୍ତେ ଏହି କଥାକୁ ବୁଝିପାରିବେନି । ମୁଁ ପୂର୍ବରୁ ବି କହିଛି ସେମାନେ ଧନ୍ୟ ଯେଉଁମାନେ ତୁମକୁ ଠିକରେ ବୁଝି ନାହାନ୍ତି । ତମେ ଫରଫେକ୍ଟ ନୁହେଁ ତମ ଭିତରେ ବି କିଛି କମି ରହିଛି । ଯାହାକୁ ତୁମେ କେବେ ଲୁଚାଇନ । କେବେ କେଉଁ ଜିନିଷ ପାଇଁ ତୁମେ ଭିକ ମାଗିନ । ଆଉ ଏହି ପଦ ପାଇଁ ବି ନୁହେଁ । ଆମ ଝିଅ ତା ବାପାଙ୍କୁ ଏହି ୭ ବର୍ଷର ଶିକ୍ଷାକୁ ହିଁ ଦେଖିବ

Related Posts