
‘ଓମିକ୍ରନ୍ ଭେରିଏଣ୍ଟ୍’ କୁ ନେଇ ଏବେ ସାରା ଦେଶର ଦେଖାଦେଇଛି ଭୟଙ୍କର ପରିସ୍ଥିତି । ସମ୍ପ୍ରତି ବିଶ୍ବର ୫୭ଟି ଦେଶକୁ ଓମିକ୍ରନ୍ ବ୍ୟାପିଛି । ସେପଟେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍ରସ୍ ଆଧାନମ୍ ଗେବ୍ରେୟେସସ୍ ସତର୍କ କରାଇ କହିଛନ୍ତି ଯେ, ଏହା ପୂର୍ବ ଭେରିଏଣ୍ଟଗୁଡ଼ିକ ଠାରୁ ଅଧିକ ଦ୍ରୁତ ବେଗରେ ବ୍ୟାପି ଯାଇ ପାରିବ।
ତେଣୁ ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୨ ଜାନୁଆରି ୩୧ ପର୍ଯ୍ୟନ୍ତ ଦେଶରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ ଏହି ସୂଚନା ଦିଆଯାଇଛି।