କରୋନା ବିରୋଧୀ ଲଢ଼େଇ: ୨ ନୂଆ ଟ୍ରିଟମେଣ୍ଟକୁ WHO ଦେଲା ମଞ୍ଜୁରୀ

ସମଗ୍ର ବିଶ୍ୱ ଏବେ କରୋନା ମହାମାରୀର କବ୍ଜାରେ ଛଂଦି ହୋଇପଡିଥିବା ବେଳେ, ତା ଵିରୋଧରେ ଜାରି ରଖିଛି ଲଢେଇ | ତେବେ କରୋନା ବିରୋଧୀ ଏହି ଲଢ଼େଇର ମୁକାବିଲା ପାଇଁ WHO ୨ଟି ନୂଆ ପ୍ରକାର ଟ୍ରିଟମେଣ୍ଟକୁ ଅନୁମତି ଦେଇଛି।

ବ୍ରିଟିଶ ମେଡିକାଲ ଜର୍ନାଲ ଅନୁଯାୟୀ, WHO ବିଶେଷଜ୍ଞଙ୍କ କହିବାନୁଯାୟୀ, corticosteroids ସହ ବ୍ୟବହାର ହେଉଥିବା ଆର୍ଥରାଇଟସ୍‌ର ମେଡିସିନି baricitinibକୁ ଗୁରୁତର କରୋନା ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେଉଛି।

ଏହି ମେଡିସିନର ବ୍ୟବହାର ଯୋଗୁ ଭେଣ୍ଟିଲେଟରର ଆବଶ୍ୟକତା ବିଶେଷ ପଡ଼ୁ ନାହିଁ।

ଏହାବାଦ, ବିଶେଷଜ୍ଞ କରୋନା ଆକ୍ରାନ୍ତଙ୍କୁ ସିନ୍ଥେଟିକ ଆଣ୍ଟିବଡି ଟ୍ରିଟମେଣ୍ଟ Sotrovimab ଦେବା ପାଇଁ ମଧ୍ୟ ସୁପାରିସ କରିଛନ୍ତି। ଏହା କରୋନାରେ ଆକ୍ରାନ୍ତ ହୋଇଥିବା ବୟସ୍କ ତଥା ମଧୁମେହ ପରି ରୋଗ ପାଇଁ ଫଳପ୍ରଦ ସାବ୍ୟସ୍ତ ହେଉଛି।

Corticosteroids ଟ୍ରିଟମେଣ୍ଟ ପାଇଁ ରୋଗୀଙ୍କୁ ବେଶି ଖର୍ଚ୍ଚନ୍ତ ହେବାକୁ ପଡ଼ୁ ନ ଥିବା ବେଳେ ଏହା ରୋଗୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିବାରେ ସହାୟକ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି।

ସୂଚନାଯୋଗ୍ୟ , ଆର୍ଥରାଇଟସ୍‌ ମେଡିସିନି tocilizumab ଓ sarilumabର ବ୍ୟବହାର ପାଇଁ ଗତ ଜୁଲାଇରୁ ଅନୁମତି ମିଳି ସାରିଥିବା ବେଳେ ସିନ୍ଥେଟିକ ଆଣ୍ଟିବଡି ଟ୍ରିଟମେଣ୍ଟ Regeneronକୁ ଗତ ସେପ୍ଟେମ୍ବରରୁ ଅନୁମତି ମିଳିସାରିଛି। କରୋନା ବିରୋଧୀ ଲଢ଼େଇରେ ଏହା କେତେ ଲାଭଦାୟକ ସାବ୍ୟସ୍ତ ହେବ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ।

Related Posts