ଅଟ୍ରି ମକର ମେଳାରେ ଲାଗିଲା କରୋନା , ୧୪୪ ଧାରା ଜାରି

ଆଜି ପବିତ୍ର ମକର ସଂକ୍ରାନ୍ତି | ଏହି ଅବସରରେ ବାଘମାରୀ ଅଟ୍ରିରେ ବହୁ ଧୁମ ଧାମ ରେ ପାଳନ କରାଯାଏ ମକର ସଂକ୍ରାନ୍ତି । ତେବେ କରୋନା ମହାମାରୀ ପାଇଁ ଆଜି ସବୁ ଫିକା ପଡିଯାଇଛି | ସୀମିତ ପୂଜକଙ୍କୁ ନେଇ ପୂଜାର୍ଚ୍ଚନା କରାଯାଉଛି । ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ନିୟମକୁ କଡାକଡି ପାଳନ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଚଳିତବର୍ଷ ବାଘମାରୀ ଅଟ୍ରିର ମକର ଉତ୍ସବରେ ନିଃସନ୍ତାନ ନାରୀଙ୍କୁ ଗୁଆ ଖୋଜିବାକୁ ବାରଣ । ସ୍ଥାନୀୟ ପୋଲିସ ପ୍ରଶାସନ ବାରଣ କରିଛି । ରାଜ୍ୟରେ କୋଭିଡ୍ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ କୋଭିଡ୍ କଟକଣା ଲାଗୁ କରାଯାଇଛି । ବେଗୁନିଆ ବ୍ଲକ୍ ବାଘମାରୀ ବାବା ହଟକେଶ୍ବର ଦେବଙ୍କ ପୀଠ ଓ ପର୍ଯ୍ୟଟନସ୍ଥଳୀ ଅଟ୍ରି ଉଷ୍ଣ ପ୍ରସବଣରେ ମକର ସଂକ୍ରାନ୍ତିରେ ଭିଡ ହୋଇଥାଏ। ଏହି ଦିନଟିରେ ଦୂରଦୂରାନ୍ତରୁ ବହୁ ନିଃସନ୍ତାନ ମହିଳାମାନେ ଆସି ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି । ବିଶ୍ବାସ ରହିଛି ଗୁଆଟିଏ ପାଇଲେ ନିଃସନ୍ତାନ ନାରୀ ସନ୍ତାନପ୍ରାପ୍ତି ହୋଇଥାଏ । କିନ୍ତୁ କୋଭିଡ୍ ପାଇଁ ଏଥର ବାଘମାରୀ ପୋଲିସ ପକ୍ଷରୁ ଏହି ପୀଠରେ ୧୪୪ ଧାରା ଜାରି କରାଯାଇଛି । ତେବେ କେବଳ ୫ ଜଣ ପୂଜକଙ୍କୁ ନେଇ ରୀତିନୀତି ଅନୁସାରେ ପୂଜା କରାଯିବ |

Related Posts