
କରୋନା କବଜାରେ ଗଜପତି ମହାରାଜା । ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ଆସୁଥିବା ବେଳେ ଏହାପୂର୍ବରୁ ଆଜି ଗଜପତି ମହାରାଜା ନିଜର RTPCR ଟେଷ୍ଟ କରାଇଥିଲେ । ତେବେ ମହାରାଜାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।
ତାଙ୍କ ନିକଟରେ କରୋନର କୌଣସି ଲକ୍ଷଣ ନଥିବା ବେଳେ ସେ ଅସୁସ୍ଥତା ମଧ୍ୟ ଅନୁଭବ କରୁନାହାନ୍ତି । ତେବେ କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ସେ ୭ ଦିନ ସଂଗରୋଧରେ ରହିବେ । ଏଥିପାଇଁ ଆସନ୍ତାକାଲି(ଶନିବାର) ରାଷ୍ଟ୍ରପତିଙ୍କ ସ୍ବାଗତ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ । ରାଷ୍ଟ୍ରପତି ଶ୍ରୀକ୍ଷେତ୍ରରେ ୪୫ ମିନିଟ ବିତାଇବେ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଶାରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୦ ତାରିଖ ଦିନ ୧୦.୪୦ରେ ପୁରୀ ସ୍ଥିତ ଗୌଡିଆ ମିସନ ପ୍ଳତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ଳଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବେ ।