(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଯାଜପୁର ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର କରି ଏହାକୁ ଘରୋଇକରଣ କରିବା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା । ଘରୋଇ ପୁଞ୍ଜିପତିଙ୍କୁ ଅନୁକମ୍ପା ଦେଖାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ଉଦ୍ୟମ କରୁଥିବା ସେ କହିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୧୯ରେ ଚଣ୍ଡୀଖୋଲରେ ସମାବେଶ ହେବ । NINLକୁ କିଣିବାକୁ ଆସିଲେ କମ୍ପାନିକୁ ବିରୋଧ କରାଯିବ ଏହା ସହ ପୁଞ୍ଜି ପ୍ରତ୍ୟାହାର ଘଟଣାରେ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସକୁ ବି ଆହ୍ମାନ କରିଛନ୍ତି ଶ୍ରୀକାନ୍ତ ।
। ପୁଞ୍ଜି ପ୍ରତ୍ୟାହାର ପରେ NINLର ନବ କଳେବର ହେବ: ଧର୍ମେନ୍ଦ୍ର
ସେପଟେ ଶ୍ରୀକାନ୍ତଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀକାନ୍ତ ବାବୁ ବି ଦୀର୍ଘ ଦିନ ଧରି କେନ୍ଦ୍ର ମନ୍ତ୍ରୀ ଥିଲେ । ସରକାରରେ ଥିବା ବେଳେ ସେ କ’ଣ କରୁଥିଲେ ବୋଲି କହିଛନ୍ତି ପ୍ରଧାନ । ପୁଞ୍ଜି ପ୍ରତ୍ୟାହାର ପରେ NINLର ନବ କଳେବର ହେବ । କମ୍ପାନିରେ ଅଧିକ ନିଯୁକ୍ତି ଯୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।