ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଶରେ ୧୦ ଦିନ ମଧ୍ୟରେ ୪ର୍ଥ ଥର ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ନୂତନ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨.୬୧ ଟଙ୍କା ବଢ଼ି ୯୯.୫୧ ଟଙ୍କାରୁ ୧୦୨.୧୨ ଟଙ୍କା ଏବଂ ଡିଜେଲ ଦର ୨.୭୧ ଟଙ୍କା ବଢ଼ି ୯୨.୪୯ ଟଙ୍କାରୁ ୯୫.୨୦ ଟଙ୍କାରେ ପହଞ୍ଚିଛି। ଏହା ମଧ୍ୟରେ ବିରୋଧୀ ଦଳର ନେତାଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସେ କହିଛନ୍ତି କିସ୍ତିରେ ଇନ୍ଧନ ମୂଲ୍ୟ ବୃଦ୍ଧି କରି ସରକାର ଚୁପଚାପ୍ ସାଧାରଣ ଲୋକଙ୍କ ପକେଟ ଲୁଟୁଛନ୍ତି।

ନିର୍ବାଚନ ସମାପ୍ତ ହେବା ପରେ ବାରମ୍ବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରି ସରକାର ଗ୍ରାହକଙ୍କ ଉପରେ ବୋଝ ଲଦିବାର ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ ଶେଷ ହେବା ମାତ୍ରେ ସରକାର ସାଧାରଣ ଲୋକଙ୍କ ଉପରେ ମୁଦ୍ରାସ୍ଫୀତିର ବୋଝ ଲଦିବା ଆରମ୍ଭ କରିଛନ୍ତି ଏବଂ ସାଧାରଣ ଲୋକଙ୍କ ପ୍ରତିକ୍ରିୟାକୁ କମ କରିବା ପାଇଁ ପର୍ଯ୍ୟାୟକ୍ରମେ ଇନ୍ଧନ ମୂଲ୍ୟ ବୃଦ୍ଧି କରାଯାଉଛି।

ଏହା ସହ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ଲେଖିଛନ୍ତି, ମୋଦି ପୁଣି ଥରେ ତାଙ୍କର ପ୍ରକୃତ ରଙ୍ଗ ଦେଖାଇଛନ୍ତି । ସେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କିସ୍ତିରେ ବୃଦ୍ଧି କରନ୍ତି ଯାହା ଦ୍ୱାରା ପକେଟ ଧିରେଧିରେ କଟାଯାଉଛି ବୋଲି କହିଛନ୍ତି ।