ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଛତିଶଗଡ-ତେଲେଙ୍ଗାନା ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ୭ଟି ଗାଡିରେ ଲଗାଇଦେଲେ ନିଆଁ

ପୁଣି ଥରେ ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ | ହିଂସାକାଣ୍ଡ ଘଟାଇ ଅଂଚଳରେ ଖେଳାଇ ଦେଇଛନ୍ତି ଭୟର ବାତାବରଣ | ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ମାଓବାଦୀ | ଛତିଶଗଡ-ତେଲେଙ୍ଗାନା ସୀମାରେ ମାଓବାଦୀ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ହିଂସାକାଣ୍ଡ ଭିଆଇଛନ୍ତି |

ଏହାସହିତ ତେଲେଙ୍ଗାନାର ଡୁମାଗୁଡାମ ଅଞ୍ଚଳରେ ଚିଣ୍ଟାଗୁଫା ବ୍ରିଜ୍ ନିର୍ମାଣରେ ନିୟୋଜିତ ୭ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ୩ଟି ଟ୍ରାକ୍ଟରକୁ ମାଓବାଦୀ ସାଙ୍ଗରେ ନେଇ ଯାଇଛନ୍ତି । ତେବେ ମଙ୍ଗଳବାର ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି ।

ପ୍ରାୟ ୨୫ରୁ ୩୦ ଜଣ ମାଓବାଦୀ ଆସି ଗାଡିର ଡିଜେଲ ଟାଙ୍କି ଭାଙ୍ଗିବା ପରେ ନିଆଁ ଲଗାଇ ଦେଇଥିଲେ । ଏହି ଅଞ୍ଚଳରେ ଚାଲିଥିବା ସେତୁ ନିର୍ମାଣ କାମକୁ ମାଓବାଦୀମାନେ ବିରୋଧ କରି ଆସୁଥିଲେ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି

ସୂଚନାଯୋଗ୍ୟ, ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମ ଠାରେ ଚାଲିଥିବା ଏହି ପୋଲ ନିର୍ମାଣ କାର୍ଯ୍ୟ |
ଏହାକୁ ବିରୋଧ କରି ସଶସ୍ତ୍ର ମାଓବାଦୀମାନେ ହିଂସା କାଣ୍ଡ ଭିଆଇଛନ୍ତି । ସାତଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ |

ଏହା ସହ ତିନୋଟି ଟ୍ରାକ୍ଟରକୁ ନକ୍ସଲ ମାନେ ନିଜ ସାଥିରେ ନେଇ ଯାଉଥିବା ସୁଚନା ମିଳିଛି । ତେଲେଙ୍ଗାନା ଛତିଶଗଡ ସୀମାନ୍ତରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାର୍ଯ୍ୟକୁ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିଲେ ମାଓବାଦୀ । ହେଲେ ସିଆରପିଏଫ ବାହିନୀର ସୁରକ୍ଷା ବ୍ୟବସ୍ଥା ଭିତରେ ସେଠାରେ ଚାଲିଥିଲା ପୋଲ ନିର୍ମାଣ |

ଗତକାଲି ରାତିରେ ଠିକା କମ୍ପାନୀ କେମ୍ପରେ କେହି ନଥିବା ବେଳେ ୪୦ ରୁ ୫୦ଜଣ ସଶସ୍ତ୍ର ନକ୍ସଲ ସେଠାରେ ପହଞ୍ଚି ଏହି ହିଂସା କାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଡିଆରଜି ବାହିନୀ ପହଞ୍ଚି କମ୍ୱିଂ ଅପରେସନ ଆରମ୍ଭ କରିଛନ୍ତି |

Related Posts