
ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଁଚିଛି | ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ | ଭୋଟର ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ | ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ, ଏବଂ ୱାର୍ଡ ମେମ୍ବର ଚୟନ କରିବେ ମତଦାତା । ବୁଧବାର ସକାଳ ୭ଟାରୁ ଗୋଟାଏ ଯାଏଁ ଭୋଟ୍ ଗ୍ରହଣ ହେବ । ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡିବ । ୧ ହଜାର ୬୬୯ ପଂଚାୟତରେ ଚୟନ ହେବେ ସରପଂଚ ଓ ସମିତି ସଭ୍ୟ । ସେହିପରି ୨୨ହଜାର ୩୭୯ ୱାର୍ଡ ମେମ୍ବରଙ୍କୁ ବାଛିବେ ଭୋଟର । ତେବେ ଏହାରି ମଧ୍ୟରେ ବରଗଡ଼ ଜିଲ୍ଲା ଭଟ୍ଟଲି ବ୍ଲକ୍ କେଲେଣ୍ଡାପାଲି ପଞ୍ଚାୟତରେ ନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି ।
ଏଠାରେ ସରପଞ୍ଚ ପ୍ରାର୍ଥୀଙ୍କ ହଠାତ୍ ମୃତ୍ୟୁ ହେବା ପରେ ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି । ସରପଞ୍ଚ ପ୍ରାର୍ଥୀ ସରୋଜ ସେଠ୍ଙ୍କ ବିୟୋଗ ପରେ ଏଭଳି ନିଷ୍ପତି ନିଆଯାଇଛି ।
ଆସନ୍ତା କାଲି ଏହି ପଞ୍ଚାୟତରେ ଭୋଟ୍ ହେବାର ଥିଲା । ତେବେ ସରୋଜ ସେଠ୍ଙ୍କ ସ୍ଥାନରେ ଅନ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ଏହି ପଞ୍ଚାୟତରେ ପୂଣି ଥରେ ଭୋଟ୍ ହେବ ବୋଲି ସୂଚନା ମିଳିଛି |