ଜଣେ ଦିନମଜୁରିଆରୁ ସାଜିଲେ ମଡେଲ; ଭାଇରାଲ ହେବାରେ ଲାଗିଛି ମମ୍ମିକାଙ୍କ ଫଟୋ ଆଉ ଭିଡିଓ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଜଣେ ଦିନ ମଜୁରିଆରୁ ସାଜିଛନ୍ତି ମଡେଲ । କେରଲର ଭେନାକୁଡ଼ୁରୁ ଜଣେ ୬୦ ବର୍ଷୀୟ ଦିନମଜୁରିଆ ମମ୍ମିକା ଫୋଟସୁଟ ଓ ମେକଓଭର ପାଇଁ ବର୍ତ୍ତାମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏପରିକି ତାଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦିନ ମଜୁରିଆରୁ ଜଣେ ଭାଇରାଲ ମଡେଲ ମଧ୍ୟରେ ଥିବା ଯାତ୍ରା କିପରି ଥିଲା ତାହା ମଧ୍ୟ ଏହି ଭିଡିଓମାନଙ୍କରେ ଦେଖିବାକୁ ମିଳିଛି । ସେପଟେ ତାଙ୍କୁ କେରଳର ଏକ ବିଜ୍ଞାପନ ଏଜେନ୍ସି ଆବିଷ୍କାର କରିଥିଲା ଯାହା ପରେ ଫଟୋସୁଟ ପାଇଁ ତାଙ୍କ ନିକଟକୁ ଯାଇଥିଲା।

ପ୍ରସିଦ୍ଧ ଫଟୋଗ୍ରାଫର ଶେରେକ ଭାୟାଲିଲଙ୍କ ଦ୍ୱାରା ଫଟୋଗ୍ରାଫ ହୋଇଥିବା ତାଙ୍କର ଫଟୋ ପ୍ରଥମେ ଫେସବୁକରେ ରଖାଯାଇଥିଲା । ଅନ୍ୟପଟେ ତାଙ୍କର ଆଉ ଗୋଟିଏ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ଯେଉଁଥିରେ ତାଙ୍କ କେଶ କାଟିବାଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ମେକଅଭରକୁ ଦେଖିବାକୁ ମିଳିଥିଲା । ଯେହେତୁ ତାଙ୍କର ଫଟୋ ଗୁଡ଼ିକ ବେଶ ଭାଇରାଲ ହେଉଥିବାରୁ ସେ ପାର୍ଟ ଟାଇମ ଚାକିରି ସହିତ ମଡେଲିଂ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ତାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts