ବାହାଘର ଖୁସିରେ ଲାଗିଗଲା ଗ୍ରହଣ: ଖାଇକୁ ଖସି ପଡ଼ିଲା ବସ୍‌, ୧୧ ଜଣଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଚମ୍ପାବନରେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏକ ବଡ଼ ଅଘଟଣ | ଖାଇ ତଳକୁ ଖସିପଡିଛି ଏକ ବରଯାତ୍ରୀ ବସ | ହସ ଖୁସିର ମାହୋଲ ରେ ଦୁଃଖର କଳା ବାଦଲ ଢାଙ୍କି ହୋଇ ପଡିଛି | ଏହି ଦୁର୍ଘଟଣାରେ ଚାଲିଯାଇଛି ୧୧ ଜଣଙ୍କ ଜୀବନ |

ବାହାଘରରେ ବରଯାତ୍ରୀ ଭାବେ ଯାଇ ବେଶ ହସଖୁସି କରିଥିଲେ। ହେଲେ ବାହାଘରରୁ ଫେରିବା ବେଳେ ଘଟିଛି ବଡ଼ ଅଘଟଣ। ବରାଯାତ୍ରୀଙ୍କୁ ନେଇ ଆସୁଥିବା ଗାଡ଼ିଟି ହଠାତ୍‌ ରାସ୍ତା କଡ଼ରେ ଥିବା ଖାଇକୁ ଖସି ପଡ଼ିଛି। ଏଥିରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି।

ଉତ୍ତରାଖଣ୍ଡର ଚମ୍ପାବନରେ ସୋମବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି। ଗାଡ଼ିଟି ଟନକପୁର-ଚମ୍ପାବନ ଜାତୀୟ ରାଜପଥକୁ ଲାଗି ରହିଥିବା ସୁଖୀଡଙ୍ଗ-ଡାଙ୍ଗମୀନାର ରାସ୍ତାରେ ଆସୁଥିଲା। ତେବେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଖାଇକୁ ଖସି ପଡ଼ିବାରୁ ବଡ଼ ଅଘଟଣ ଘଟିଥିଲା।

ଖବର ପାଇ ସ୍ଥାନୀୟ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଗାଡ଼ି ଭିତରୁ ୧୧ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଗାଡ଼ିରେ ମୋଟ ୧୬ ଜଣ ଲୋକ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ଗାଡ଼ି ଚାଳକ ରହିଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ଗାଡ଼ିରେ ଥିବା ଲୋକମାନେ ଟନକୁପରରେ ଥିବା ପଞ୍ଚମୁଖୀ ଧର୍ମଶାଳାକୁ ଗୋଟିଏ ବାହାଘର କାର୍ଯ୍ୟକ୍ରମ ପାଇ ଯାଇଥିଲେ। ସେଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୩.୨୦ରେ ଲୋକଙ୍କୁ ଧରି ଗାଡ଼ିଟି ଆସୁଥିଲା |

Related Posts