ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ: ବ୍ରହ୍ମପୁର

ସତ୍ୟପାଠହ 28/12 ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ବ୍ରହ୍ମପୁର ଗ୍ରାମୀଣ କାର୍ଯ୍ୟ ଉନ୍ନୟନ ବିଭାଗ-୨ କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ଘରେ ଭିଜିଲାନ୍ସର ଚଢ଼ଉ। ଦିଗପହଣ୍ଡିସ୍ଥିତ ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍। ବ୍ରହ୍ମପୁର ଶକ୍ତିନଗର ଦ୍ବିତୀୟ ଲେନ୍ସ ସ୍ଥିତ ତିନି ମହଲା ବିଲ୍ଡି, ପୋଲସରା ଚିରିକିପଡା ଶାସନସ୍ଥିତ ପୈତୃକ ଘର, ବ୍ରହ୍ମପୁର ଲୋଚପଡାସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛି। ଏହି ଚଢ଼ଉରେ ୨ ଜଣ ଡିଏସ୍‌ପି, ୬ ଜଣ ଇନ୍‌ସ୍ପେକ୍ଟର ସମେତ ଅନ୍ୟ ଅଧିକାରୀ ସମାଲି ଅଛନ୍ତି। ଚଢ଼ଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଓ କାଗଜ ପତ୍ର ଜବତ କରାଯାଇଛି। ସୂଚନା ଅନୁସାରେ ବର୍ତ୍ତମାନ ସମ୍ପତ୍ତିର ଯାଞ୍ଚ ଚାଲିଛି ।

Related Posts