କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଛାତ୍ରାବାସରୁ +2 ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସତ୍ୟପାଠ 28/12 କଳାହାଣ୍ଡି : କଳାହାଣ୍ଡି ଭବାନିପାଟଣା ବିଶ୍ୱ ବିଦ୍ୟାଳୟର ପଶ୍ଚିମ ଛାତ୍ରାବାସରେ ଯୁକ୍ତ ଦୁଇ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କୋଠରୀଟି ଭିତର ପଟୁ ବନ୍ଦ ଥିବାବେଳେ ସ୍ଥାନୀୟ ଛାତ୍ର ମାନେ ଝରକା ପଟେ ଦେଖିବା ପରେ ଯୁକ୍ତ ଦୁଇ ଛାତ୍ର ରଶ୍ମି ରଞ୍ଜନ ସେଠୀ ବୋଲି ଜଣାପଡିଥିଲା । ଏହାପରେ ପରିବାର ଲୋକ ଏବଂ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଓ ପରିବାର ଲୋକ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବନ୍ଦ କୋଠରୀ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇ ଥିଲା । ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଘଟଣାସ୍ଥଳରେ ଶୋକର ସାୟା ଖେଳିଯାଇଛି |

Related Posts