ରାଜଧାନୀର ରାଜରାସ୍ତାରେ ଉତ୍ପାତ ଖେଳାଇଲେ ହାତୀ | ଭୁବନେଶ୍ୱର ଶୈଳଶ୍ରୀବିହାର ସରସ୍ୱତୀ ବସ୍ତିରେ ଗତକାଲି ରାତି ପ୍ରାୟ ୧୦ଟାବେଳେ ଖାଦ୍ୟ ପାଇଁ ଏହି ହାତୀ ବସ୍ତି ଭିତରକୁ ପଶିଆସିଥିଲା | ପରେ ସ୍ଥାନୀୟ ଅଂଚଳରେ ଘର ଭଙ୍ଗାରୁଜା କରିବା ସହ ଏଥିସହ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
ସେପଟେ ଏନେଇ ଖବର ପାଇବା ପରେ ବନବିଭାଗ ଘଟଣା ସ୍ଥଳରେ ପହଁଚି ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇଛି । ହାତୀ ପଶିବା ଫଳରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ କୋକୁଆ ଭୟ ଦେଖାଦେଇଥିଲା ।





