ଭୁବନେଶ୍ୱର ଶୈଳଶ୍ରୀବିହାର ଭୋଟପଡାରେ ଡକାୟତି, ଦମ୍ପତିଙ୍କୁ ବାନ୍ଧି ୩୦ଲକ୍ଷର ସୁନା ଗହଣା ସହ ନଗଦ ୩ଲକ୍ଷ ଟଙ୍କା ଲୁଟ

ଦିନକୁ ଦିନ ରାଜଧୀନୀରେ ବଢିବାକୁ ଲାଗୁଛି ଡକାୟତି | ବିପଦ ସଂକୁଳ ହୋଇପଡୁଛି ରାଜଧାନୀ | ଭୁବନେଶ୍ୱର ଶୈଳଶ୍ରୀବିହାର ମଞ୍ଚେଶ୍ୱର ଥାନା ଭୋଟପଡାରେ ଏକ ଦମ୍ପତିଙ୍କୁ ବାନ୍ଧି ତାଙ୍କ ଠାରୁ ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି |

ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ମାରଣାସ୍ତ୍ର ଧରି ଘର ଭିତରେ ପଶି, ବାନ୍ଧିବା ସହ, ଆକ୍ରମଣ କରି ଲୁଟ କରିଛନ୍ତି |

ପ୍ରଥମେ ଦମ୍ପତିଙ୍କୁ ବାନ୍ଧି ୩୦ଲକ୍ଷର ସୁନା ଗହଣା ସହ ନଗଦ ୩ଲକ୍ଷ ଟଙ୍କା ଲୁଟି ନେଇଥିଲେ। ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ୧୦ରୁ ଅଧିକ ମୁଖା ପିନ୍ଧ ରାତି ଦୁଇଟା ସମୟରେ ଘରେ ପଶିଥିଲେ । ଦୀନବନ୍ଧୁ ଦାସଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ କରିଥିଲେ ।

Related Posts