ରାଜଧାନୀରେ ଗଡିଲା ଇ-ରିକ୍ସା ଏବଂ ଇ-ବସ,ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀରେ ଗଡିଲା ମୋ ଇ-ରିକ୍ସା ଏବଂ ଇ-ବସ । ବ୍ୟାଟେରୀ ଚାଳିତ ମୋ ବସ ଏବଂ ଅଟୋ ରିକ୍ସାକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏୟାରପୋର୍ଟ ରୋଡର ନବୀନ ନିବାସ ସାମ୍ନାରେ ଉଭୟ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବାୟୁପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇପାରିବ ।ଏହା ମୋ ବସର ୪ଟି ରୁଟରେ ଚାଲିବ । ତେବେ ୩୧ ତାରିଖ ପର୍ଯ୍ୟନ୍ତ ଇ- ବସରେ ଯାତ୍ରାକୁ ଦେୟ ଶୂନ୍ୟ କରିଛି କ୍ରୁଟ। ସମସ୍ତ ଇ- ବସରେ ଏସି ସୁବିଧା ସହିତ, ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ ରହିଛି । ଏଥିରେ ଗାଇଡ ଭାବେ ୫୦ ପ୍ରତିଶତ ମହିଳା ଏବଂ ମୋ ଇ-ରିକ୍ସା ରେ ଶତ ପ୍ରତିଶତ ମହିଳା ଓ କିନ୍ନରଙ୍କୁ ଚାଳକ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଥର କ୍ରୁଟ ପକ୍ଷରୁ ମହିଲାମାନଙ୍କୁ ମୋ ବସ ଚାଳନା ପାଇଁ ସୁଯୋଗ ଦିଆଯାଇଛି ।

Related Posts