
ଥରିଲା ମିଜୋରାମ | ମିଜୋରାମର ଚମ୍ପାଇରେ ୪.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ତରଫରୁ ସୂଚନା ଦିଆଯାଇଛି । ଏହାର ଗଭୀରତା ୬୦ କିଲୋମିଟର ହୋଇଥିବା ବେଳେ ଗତକାଲି ରାତି ପ୍ରାୟ ୧ଟା ୪୩ ମିନିଟରେ ଅନୁଭୂତ ହୋଇଥିଲା ।
ଏହାର ଦ୍ରାଘିମା ୨୩.୧୪ ହୋଇଥିବା ବେଳେ ଅକ୍ଷାଂଶ ୯୩.୭୬ ରେକର୍ଡ କରାଯାଇଥିବା ବେଳେ ଚମ୍ପାଇର ଦକ୍ଷିଣ-ପୂର୍ବ ଦିଗରେ ଅନୁଭୂତ ହୋଇଥିଲା । ତେବେ ଏଯାବତ ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।