ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ୨୫ ତାରିଖରେ ରିଲିଜ ହେବ ‘ଲାଇଗର’

୨୦୨୨ରେ ପରଦା ଉପରକୁ ଆସିବ Liger | କରନଙ୍କ ଧର୍ମା ପ୍ରଡକ୍ସନର ‘ବ୍ରହ୍ମାସ୍ତ୍ର’ର ରିଲିଜ ତାରିଖ ଘୋଷଣା ହେବା ପରେ ଏବେ ‘ଲାଇଗର’ର ରିଲିଜ ତାରିଖ ଘୋଷଣା ହୋଇଛି । ଗୁରୁବାର କରନ ଏ ସମ୍ପର୍କରେ ନିଜ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।

କରନ ନିଜ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟର ସେୟାର କରିଛନ୍ତି । ଏଥିରେ ଫିଲ୍ମର ନାମ ସହିତ ଏହାର ବିଶ୍ବସ୍ତରୀୟ ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି । ଏହାର କ୍ୟାପସନରେ କରନ ଲେଖିଛନ୍ତି ଯେ, ଆକ୍ସନ, ଥ୍ରିଲ ଓ ପାଗଲପନ’, ବହୁତ ବଡ଼ ଧମାକା ହେବାକୁ ଯାଉଛି ।” ‘ଲାଇଗର’ ଫିଲ୍ମ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ ରିଲିଜର ୨ ସପ୍ତାହ ପୂର୍ବରୁ ରିଲିଜ ହେବ । ଏହାସହିତ କରନ ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଲାଇଗରର ଏକ ରୋଚକ ଝଲକ ଚଳିତ ବର୍ଷର ଶେଷରେ ଭେଟି ଦେବେ ।

Related Posts