
ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି | ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ହଜାର ଡେଇଁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୧୦,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ବର୍ଷ ମଧ୍ୟରେ ୮୭୨ ସଂକ୍ରମିତ ଚିହ୍ନଟ । ସଙ୍ଗରୋଧରୁ ୫୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୨୨୬ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୧୮୮ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ । ସୁନ୍ଦରଗଡରୁ ୧୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେବଳ ଜାନୁଆରୀ ମାସର ୧୩ ଦିନରେ ଚିହ୍ନଟ ହେଲେଣି ୪୬୭୭୩ ସଂକ୍ରମିତ ଚିହ୍ନଟ । ଗତକାଲି ତୁଳନାରେ ୧୨୮୧ ମାମଲା ବୃଦ୍ଧି ପାଇଛି ।
ସେପଟେ ଆଉ ୩ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରେ ଅନୁଗୁଳ, କେନ୍ଦ୍ରପଡ଼ା ଓ ନୟାଗଡ଼ ଜିଲ୍ଲାରୁ ରହିଛନ୍ତି ।