ରେଭ୍ ପାର୍ଟିରେ ଗୁଳିକାଣ୍ଡ: ଜଣଙ୍କ ମୃତ୍ୟୁ, ୫ ଗୁରୁତର August 30, 2026 | 2:08 PMSatya Pathaଜାତୀୟଦେଶ ବିଦେଶବଡ ଖବରମୁଖ୍ୟ ଖବର ଆରୋ(ସତ୍ୟପାଠବ୍ୟୁରୋ) :ସୁଇଜରଲ୍ୟାଣ୍ଡର ଜୁରିକ୍ ର ଉତ୍ତରାଞ୍ଚଳରେ ଥିବା ଆରୋ ସହରରେ ଆୟୋଜିତ ଏକ ରେଭ୍ ପାର୍ଟି ଚାଲିଥିବା ବେଳେ ଅନ୍ଧାଧୁନ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ”ଆରୋ ରେଭ୍” ପାର୍ଟିରେ ପ୍ରାୟ ୩,୫୦୦ ଲୋକ ଏକାଠି ହୋଇଥିବା ବେଳେ, ରବିବାର ଭୋର ସମୟରେ ଅଚାନକ ଗୁଳିଚାଳନା ହୋଇଥିଲା। ଘଟଣାପରେ ବିଶାଳ ସୁରକ୍ଷା ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଘୋଡ଼ାଦୌଡ଼ ପଡ଼ିଆରେ ଅନୁଷ୍ଠିତ ଏହି ରେଭ୍ ପାର୍ଟିରେ ଏକ ବଡ଼ ଜନସମାବେଶକୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ଅନ୍ଧାଧୁନ ଗୁଳିଚାଳନା କରିଥିଲେ। ଆକ୍ରମଣକାରୀଙ୍କ ପରିଚୟ, ଗୁଳିକାଣ୍ଡର ପ୍ରକୃତ କାରଣ ଓ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ଛାନବିନ୍ ଓ ପାଟ୍ରୋଲିଂ ଜାରି ରହିଛି।
ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ସୁନ୍ଦରଗଡ଼ ଓ ପାଲଲହଡାରେ ସ୍ଵାସ୍ଥ୍ୟ ବିଭାଗର ଟିମ୍ September 19, 2026 | 1:48 PM
ଭଙ୍ଗା ସିଲିଂ ତଳେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ ବିପଦ ସଙ୍କୁଳ ଭାବେ ପାଠ ପଢ଼ୁଛନ୍ତି ୩୨୪ ଛାତ୍ରଛାତ୍ରୀ September 19, 2026 | 12:22 PM
କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ମନ୍ତ୍ରୀଙ୍କ ଚେତାବନୀ ସାରା ରାଜ୍ୟ ପାଇଁ ଆସିବ ନୂଆ ନିୟମ: ସୁରେଶ ପୂଜାରୀ ରାଉରକେଲା ସର୍କିଟ୍ ହାଉସ୍ ଘଟଣା September 19, 2026 | 11:16 AM