ସମ୍ବଲପୁର/ ବୁର୍ଲା, (ସତ୍ୟପାଠବ୍ୟୁରୋ):ଦାଦାବଟି ମାଗିବା ଓ ପରେ ଛୁରୀରେ ଆକ୍ରମଣ କରିବା ଅଭିଯୋଗରେ େପାଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ତନ୍ମୟ ବାଞ୍ଛୋର। ତା ନିକଟରୁ କାଠ ବେଣ୍ଟ ଲଗା ଧାରୁଆ ଛୁରୀ, େମାବାଇଲ ଜବତ ହୋଇଛି।ବୁର୍ଲା ମହତାବ ନଗରରେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ଅଞ୍ଚଳର ନିର୍ମାଣ ଶ୍ରମିକମାନେ ଗୋଟିଏ ଘରେ ଭଡାରେ ରହି ନିର୍ମାଣ କାମ କରନ୍ତି l ବାହାର ଲୋକର ସୁଯୋଗ ନେଇ ସେଇ ଅଞ୍ଚଳର ଅସାମାଜିକ ଯୁବକ ଟୁଲୁ ସେମାନଙ୍କୁ ଟଙ୍କା ଲାଗିଥିଲେ ଏବଂ ନଦେବାରୁ ଛୁରୀରେ ଆକ୍ରମଣ କରିବା ସହ ଗୋଟିଏ ଓ଼ପ୍ପୋ ମୋବାଇଲ ଲୁଟି ନେଇଯାଇଥିଲା। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗକାରୀ ହବିବ ଶେଖ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲେ। ଏହି ଅଭିଯୋଗ ପରେ ବୁର୍ଲା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ଅଭିଯୁକ୍ତ ତନ୍ମୟ ବାଞ୍ଛୋରକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଟୁଲୁ ନାରେ ବୁର୍ଲା ଥାନାରେ ୧୯ଟି ଅପରାଧିକ ମାମଲା ରହିଛି l
