ସମ୍ବଲପୁର SUIIT କଲେଜ ରାଗିଂ ଘଟଣାରେ ଛାତ୍ରାବାସରୁ ନିଲମ୍ବିତ ହେଲେ ୯ ଛାତ୍ର

ସତ୍ୟପାଠ 23/12 ସମ୍ବଲପୁର: ରାଗିଂ କରିବା ପଡିଲା ଭାରି | ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନ ସୁଇଟ୍ ମହାବିଦ୍ୟାଳୟରେ ରାଗିଂ ଘଟଣାରେ ଛାତ୍ରାବାସରୁ ନିଲମ୍ବିତ ହେଲେ ୯ ଛାତ୍ର । ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିରେ ଦ୍ବିତୀୟ ବର୍ଷର ୮ଜଣ ଓ ଶେଷ ବର୍ଷର ଜଣେ ଛାତ୍ର ରହିଥିବା ଜଣାପଡିଛି । ଶୃଙ୍ଖଳା କମିଟିର ରିପୋର୍ଟ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁଇଟର ନିର୍ଦ୍ଦେଶକ ପ୍ରଫେସର ବି.କେ. ମହାନ୍ତି । କିଛି ଦିନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ୮ ସହପାଠୀଙ୍କୁ ର୍ୟାଗିଂ କରିଥିଲେ ।

Related Posts