ସାତଭାୟାରେ କୂଳ ଲଂଘୁଛି ସମୁଦ୍ର, ଲୀନ ହେଉଛି ଗୋଟିଏ ପରେ ଗୋଟିଏ ସନ୍ତକ August 30, 2026 | 2:17 PMSatya Pathaବଡ ଖବରମୁଖ୍ୟ ଖବରରାଜ୍ୟ ଚିଲିକା (ସତ୍ୟପାଠବ୍ୟୁରୋ) : ସମୁଦ୍ର ଗର୍ଭରେ ଲୀନ ହେଲା ସାତଭାୟାର ଶେଷ ସନ୍ତକ । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସି ସାତଭାୟାର ମା ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିରକୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଛି । ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟାର ସାତଟି ଗାଁ ଙ୍କୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଥିଲା । ସରକାର ସାତଭାୟା ବାସୀଙ୍କୁ ଗୁପ୍ତି ବଗପାଟିଆ ଠାରେ ଥଇଥାନ କରିବା ସହିତ ସାତଭାୟାର ଆରାଧ୍ୟା ଦେବୀ ମା ପଞ୍ଚୁବରାହୀ ଙ୍କୁ ମଧ୍ୟ ନୂତନ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା । ସାତଭାୟାର ଶେଷ ସନ୍ତକ ଭାବେ ମା ଙ୍କ ପୁରୁଣା ମନ୍ଦିର ସମୁଦ୍ର କୂଳରେ ଥିଲା । ତାହା ଆଜି ସମୁଦ୍ର ର କରାଳ ଗର୍ଭରେ ଲୀନ ହୋଇଯାଇଛି ।
ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ସୁନ୍ଦରଗଡ଼ ଓ ପାଲଲହଡାରେ ସ୍ଵାସ୍ଥ୍ୟ ବିଭାଗର ଟିମ୍ September 19, 2026 | 1:48 PM
ଭଙ୍ଗା ସିଲିଂ ତଳେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ ବିପଦ ସଙ୍କୁଳ ଭାବେ ପାଠ ପଢ଼ୁଛନ୍ତି ୩୨୪ ଛାତ୍ରଛାତ୍ରୀ September 19, 2026 | 12:22 PM
କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ମନ୍ତ୍ରୀଙ୍କ ଚେତାବନୀ ସାରା ରାଜ୍ୟ ପାଇଁ ଆସିବ ନୂଆ ନିୟମ: ସୁରେଶ ପୂଜାରୀ ରାଉରକେଲା ସର୍କିଟ୍ ହାଉସ୍ ଘଟଣା September 19, 2026 | 11:16 AM