ୟୁପି ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ, କରିବେ ଶକ୍ତି ପ୍ରଦର୍ଶନ

ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି | ସେପଟେ ବିଜେପିର ଚାଣକ୍ୟ ଆଜିଠୁ ଦୁଇଦିନିଆ ୟୁପି ଗସ୍ତରେ ଅଛନ୍ତି | ସେଠାରେ ‘ନିଶାଦ ସମାଜ ଜନ ସଭା’ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାଛଡା ସରକାର ବନାଅ ଅଧିକାର ପାଅ ଏକ ରାଲିରେ ଯୋଗ ଦେବା ନେଇ ସୂଚନା ମିଳିଛି ।

ଅପରାହ୍ନ ୧ଟାରେ ବିଜେପି ପକ୍ଷରୁ ଲକ୍ଷ୍ନୌର ରାମବାଇ ଆମ୍ବୋଦକର ଗ୍ରାଉଣ୍ଡରେ ‘ନିଶାଦ ସମାଜ ଜନ ସଭା’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆୟୋଜିତ ରାଲିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନିଶାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଶାଦ ବିଜେପି ରାଜ୍ୟ ସଭାପତି ସ୍ବତନ୍ତ୍ର ସିଂହ ଦେବ ଉପସ୍ଥିତ ରହିବେ । ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୟୂର ମଧ୍ୟ ରାଲିରେ ଯୋଗ ଦେବେ ।ରାଲି ପରେ ୟୁପିରେ ସମବାୟ ବ୍ୟାଙ୍କର ୨୩ଗୋଟି ଶାଖାର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାଛଡା ୨୯ଟି ଗୋଦାମକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ । ଏହାପରେ ସନ୍ଧ୍ୟାରେ ସପ୍ତମ ଜାତୀୟ ସାହାକର ସମ୍ମିଳନୀର ଉଦଘାଟନ କରିବେ ଶାହ । ଏହାଛଡା ୨୯ଟି ଗୋଦାମକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ ।

Related Posts