ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ରାତ୍ରୀକାଳୀନ ପରୀକ୍ଷା

ବାଲେଶ୍ବର: ଦିନକୁ ଦିନ ପଡ଼ୋଶୀମାନଙ୍କ ସହିତ ଭାରତର ସମ୍ପର୍କରେ ଅବନତି ଦେଖା ଦେଉଛି। ଚୀନ ଭଳି ଦେଶ ନିୟମିତ ଅନ୍ତରରେ ଭାରତ ପ୍ରତି ବୈର ମନୋଭାବ ପୋଷଣ କରୁଛି। ଏହାର ଜବାବ ଦେବାକୁ ଯାଇ ଭାରତ ନିଜର ଶକ୍ତି ପ୍ରଦର୍ଶନ ସ୍ବରୂପ ବୁଧବାର ରାତି ପ୍ରାୟ ୭.୫୦ ମିନିଟ ସମୟରେ ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଇଛି। ଭଦ୍ରକ ଜିଲା ଧାମରାରେ ଥିବା ଅବଦୁଲ କଲାମ ଦୀପର ୪ନଂ ଉତକ୍ଷେପଣ କେନ୍ଦ୍ରରୁ ଏହି ପରୀକ୍ଷା ରାତ୍ରି ୭.୫୦ ମିନିଟରେ ହୋଇଥିବା ବେଳେ ୧୨ମିନିଟ ସମୟ ମଧ୍ୟରେ ଏହା ଲକ୍ଷ୍ୟ ଭେଦ କରିଥିଲା ବୋଲି ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି।

ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ୫ ହଜାର କିଲୋମିଟର ଦୂରତାକୁ ଲକ୍ଷ୍ୟ ଭେଦ କରି ପାରୁଥିବା ଏହି କ୍ଷେପଣାସ୍ତ୍ର ଚାଇନା ଏବଂ ରୁଷିଆକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି। କ୍ଷେପଣାସ୍ତ୍ରର ଲମ୍ବ ୧୭ମିଟର, ମୋଟେଇ ୨ମିଟର, ଓଜନ ୫୦ଟନ ହୋଇଥିବା ବେଳେ ଏହା ୧.୧ଟନ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଅଗ୍ନି-୫ କ୍ଷେପଣାସ୍ତ୍ର ୩ପର୍ଯ୍ୟାୟରେ କଠିନ ଇନ୍ଧନ ବ୍ୟବହାର କରି ସଠିକ ଲକ୍ଷ୍ୟଭେଦ କରିପାରେ। ଆମେରିକା, ଚାଇନା ଓ ଋଷ ପରେ ଭାରତ ୫ହଜାରରୁ ଅଧିକ ଦୂରତା ଅତିକ୍ରମ କରିପାରୁଥିବା କ୍ଷେପଣାସ୍ତ୍ରର ବିକାଶ କରିଛି। ଅଗ୍ନି-୫ ଶ୍ରେଣୀର ଏହା ୫ମ ପରୀକ୍ଷା।

Related Posts