ନୂଆଦିଲ୍ଲୀ, (ସତ୍ୟପାଠ ବ୍ୟୁରୋ): ଦେଶର ପ୍ରମୁଖ ଏୟାରଲାଇନ ଇଣ୍ଡିଗୋ ଅତିରିକ୍ତ ସେବା ମୂଲ୍ୟକୁ ମହଙ୍ଗା କରିଦେଇଛି। ଅତିରିକ୍ତ ବ୍ୟାଗ, ଶିଶୁଙ୍କ ଯାତ୍ରା, ଏକାକୀ ଯାତ୍ରା କରୁଥିବା ଶିଶୁ, ଅଗ୍ରାଧିକାର ଭିତ୍ତିରେ ଚେକ୍-ଇନ୍ ସୁବିଧାଗୁଡ଼ିକର ଶୁଳ୍କ ବଢ଼ାଇ ଦିଆଯାଇଛି। ଆଗାମୀ ଦିନରେ ଯାତ୍ରା କରିବାକୁ ଯାଉଥିବା ଯାତ୍ରୀଙ୍କୁ ଏହି ମୂଲ୍ୟ ଦେବାକୁ ପଡ଼ିବ। ଅତିରିକ୍ତ ବ୍ୟାଗେଜ ପାଇଁ କେଜି ପିଛା ଅଧିକ ୧୦୦ ଟଙ୍କା, ୩ ଦିନରୁ ୨ ବର୍ଷର ଶିଶୁଙ୍କ ପିଛା ହଜାରେ ଟଙ୍କା, ଏକାକୀ ଯାତ୍ରା କରୁଥିବା ଶିଶୁଙ୍କ ପାଇଁ ୯୯୯ ଟଙ୍କା, ଘରୋଇ ଫାଷ୍ଟ ଫରୱାଡ ସେବା ଲାଗି ଅଧିକ ୧୫୦ ଟଙ୍କା ଦେବାକୁ ପଡ଼ିବ।
