ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ଦ୍ବିତୀୟ ଦିନରେ ଅନଲାଇନ୍ ଡ୍ରାଇଭରଙ୍କ ଧାରଣା ଜାରି ରହିଛି। ଆନ୍ଦୋଳନରେ ବସିଛନ୍ତି ଓଲା, ଉବର, ରାପିଡୋ ଡ୍ରାଇଭର। ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଡ୍ରାଇଭର। ୩୦ ଦଫା ଦାବି ନେଇ ଅନ୍ଦୋଳନ କରୁଛନ୍ତି ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିଅନ୍। ଅନଲାଇନ୍ ଟ୍ୟାକ୍ସିର ଭଡ଼ା ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବା ସହ ଯାତ୍ରୀଙ୍କ ପାଇଁ ଫିକ୍ସ ରେଟ୍ ନିର୍ଦ୍ଧାରଣ କରିବାକୁ ସଂଗଠନ ଦାବି କରିଛି। ଦିନରେ କିମି ପିଛା ୧୨ ଟଙ୍କା ଓ ରାତିରେ କିମି ପିଛା ୧୫ ଟଙ୍କା ଭଡ଼ା ନିର୍ଦ୍ଧାରଣ ପାଇଁ ଦାବି କରିଛନ୍ତି ଡ୍ରାଇଭର। ଏହାସହ ଇନ୍ଧନ ଦର ବଢ଼ିଲେ ଭଡ଼ା ବୃଦ୍ଧି, ପିକ୍-ଆୱାର୍ ଓ ସପ୍ତାହାନ୍ତ ବୋନସ୍, ଦୀର୍ଘ ଦୂରତା ପିକଅପ୍ ପାଇଁ କ୍ଷତିପୂରଣ ଏବଂ ଅପେକ୍ଷା ସମୟର ଚାର୍ଜ ବୃଦ୍ଧି ଦାବି କରିଛନ୍ତି। ସରକାର ସଂଘ ସହ ତୁରନ୍ତ ଆଲୋଚନା କରି ଦାବିଗୁଡ଼ିକ ଲାଗୁ କରିବାକୁ ୟୁନିଅନ୍ ପକ୍ଷରୁ ଅନୁରୋଧ କରାଯାଇଛି।
