ସଫଳ ହେଲା ‘ପ୍ରଳୟ ମିସାଇଲ’ର ବ୍ୟବହାରିକ ପରୀକ୍ଷଣ

ସତ୍ୟପାଠ 22/12 ଚାନ୍ଦିପୁର: ଆଜି ସକାଳ ୧୦ଟା ୨୦ ମିନିଟରେ ବାଲେଶ୍ୱର ଚାନ୍ଦିପୁର ଅବଦୁଲ କଲାମ ଦୀପରୁ ଏହାର ପରୀକ୍ଷଣ କରଯାଇଛି | ସୂଚନା ଅନୁଯାୟୀ, ସର୍ଟ ରେଞ୍ଜ୍ ବାଲିଷ୍ଟିକ ମିସାଇଲ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ହୋଇଛି | ସକାଳ ୧୦ଟା ୨୦ରେ ଅବଦୁଲ କଲାମ ଦ୍ବୀପରୁ ଏହାର ବ୍ୟବହାରିକ ପରୀକ୍ଷଣ ହୋଇଛି | ଏହା ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର | ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରିବ ପ୍ରଳୟ | ପ୍ରାୟ ୩୫୦ରୁ ୫ ଶହ କିମି ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି | ସେହିପରି ଏକାସାଙ୍ଗେ ୫ ଶହରୁ ହଜାରେ କିଲୋଗ୍ରାମ ମଧ୍ୟରେ ଯୁଦ୍ଧାସ୍ତ୍ର ବହନ କରି ପାରିବ ସକ୍ଷମ ପ୍ରଳୟ | ତେବେ ଏହି ପ୍ରଳୟ ମିସାଇଲ୍‌କୁ ଡିଆରଡିଓ ପ୍ରସ୍ତୁତ କରିଛି | ପ୍ରଳୟର ବ୍ୟବହାରିକ ପରୀକ୍ଷଣ ସଫଳ ପରେ ଡିଆର୍‌ଡିଓକୁ ଛୁଟିଛି ଶୁଭେଚ୍ଛାର ସୁଅ | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍‌ ଯୋଗେ ଡିଆର୍‌ଡିଓକୁ ଏହି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି |

Related Posts