ଆଇପିଏଲର ନୂଆ ଦଳ ଟିମ୍ ଲକ୍ଷ୍ନୌର ଟିମ୍ ମେଣ୍ଟର ହେଲେ ଗୌତମ ଗମ୍ଭୀର

ଗୌତମ ଗମ୍ଭୀରଙ୍କୁ ମିଳିଛି ଗୁରୁ ଦାୟିତ୍ଵ । ଆଇପିଏଲରେ ଯୋଡ଼ି ହେଲେ ପୂର୍ବତନ ଟିମ୍ ଇଣ୍ଡିଆ ଓପନର । ହେଲେ ଏଥର ଖେଳାଳି ଭାବେ ନୁହେଁ ବରଂ ଟିମ୍ ମେଣ୍ଟର ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ତାଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି । ତେଣୁ ଆଗାମୀ ଆଇପିଏଲରେ ଗୌତମଙ୍କ ଗେମ୍ ପ୍ଲାନ୍ ଲକ୍ଷ୍ନୌ ଦଳକୁ ମିଳିବାକୁ ଯାଉଛି ।

ଏହା ପୂର୍ବରୁ ଆଇପିଏଲର ଏହି ନୂଆ ଫ୍ରାଞ୍ଚାଇଜ୍ ଜିମ୍ବାୱେ ଦଳର ପୂର୍ବ ଅଧିନାୟକ ଆଣ୍ଡି ଫ୍ଲାୱାରଙ୍କୁ ନିଜର କୋଚ୍ ଭାବେ ନିଯୁକ୍ତ କରିଥିଲା । ଏହାପରେ ଗୌତମଙ୍କୁ ନିଜର ମେଣ୍ଟର ଭାବେ ନିଯୁକ୍ତ କରିବା ପରେ ଏହି ଦୁଇ ବଡ ନାଁ ଏବେ ଲକ୍ଷ୍ନୌ ଟିମ୍ ସହ ଯୋଡି ହେବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୨ରେ ମୋଟ ୧୦ ଟିମ୍ ଖେଳିବାକୁ ଯାଉଛନ୍ତି । ଏଥର ଲକ୍ଷ୍ନୌ ଓ ଅହମ୍ମଦାବାଦ ଟିମ୍ ନୂଆ କରି ଆଇପିଏଲରେ ସାମିଲ ହୋଇଛନ୍ତି । ଆଣ୍ଡି ଫ୍ଲାୱାର ଓ ଗୌତମଙ୍କୁ ନିଜ ଟିମରେ ସାମିଲ କରିବା ପରେ ଏହି ଟିମ୍ ଆଗାମୀ ନିଲାମରେ କେଏଲ ରାହୁଲଙ୍କୁ ନିଜ ଟିମରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି ।

Related Posts