ତାମିଲନାଡୁରେ ୧୮ ବିଦେଶ ଫେରନ୍ତା ଡେଲଟା ଭାରିଆଣ୍ଟରେ ସଂକ୍ରମିତ

ସମଗ୍ର ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚିବାରେ ଲାଗିଛି | ଏହାରି ମଧ୍ୟରେ କୋରୋନାର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢିଯାଇଛି । ଇତିମଧ୍ୟରେ ବିଦେଶରୁ ତାମିଲନାଡୁ ଆସିଥିବା ୧୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କର ନମୁନା ଜେନମ୍ ସିକ୍ବେନ୍ସିଂ ପାଇଁ ବେଙ୍ଗାଲୁରୁ ପଠାଯାଇଛି । ଶନିବାର ତାମିଲନାଡୁ ସ୍ବାସ୍ଥ୍ୟନ୍ତ୍ରୀ ମା ସୁବ୍ରମଣ୍ୟମ ଏନେଇ ସୂଚନା ଦେଇଛନ୍ତି ।

୧୪ ତମ ସାମୁହିକ ଟୀକାକରଣ ଅଭିଯାନ କୁ ଅନୁଧ୍ୟାନ କରିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ବିଦେଶ ଫେରନ୍ତା ଡେଲଟା ଭାରିଆଣ୍ଟରେ ସଂକ୍ରମିତ ଅଛନ୍ତି । ୧୮ ଜଣଙ୍କ ମଧ୍ୟରୁ ୯ ଜଣ ଚେନ୍ନାଇ ଗୁଇଣ୍ଡି ଠାରେ ଥିବା କୋରୋନା ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଆକ୍ରାନ୍ତ ମଧ୍ୟ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତ ବିଦେଶ ଫେରନ୍ତାଙ୍କ ନମୁନା ଜେନମ୍ ସିକ୍ବେନ୍ସିଂ ପାଇଁ ଇନଷ୍ଟେମକୁ ପଠାଯାଇଛି ।

Related Posts