ଆପ୍‌ ବିରୋଧରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ୍‌ ସିଂ ଚନ୍ନିଙ୍କ ସଙ୍ଗୀନ ଅଭିଯୋଗ ପ୍ରସଙ୍ଗ: ଆଶ୍ୱସନା ଦେଲେ ଅମିତ ଶାହ

ଖଲିସ୍ତାନୀ ସପକ୍ଷବାଦୀ (ଶିଖ୍‌ ଫର ଜଷ୍ଟିସ୍‌) ସଙ୍ଗଠନ୍‌ ସହ ରହିଛି ଆମ ଆଦମୀ ପାର୍ଟିର ଲିଙ୍କ୍‌ | ଏଭଳି ସଂଘିନ ଅଭିଯୋଗ ଆଣିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ୍‌ ସିଂ ଚନ୍ନି | ସେପଟେ ଏଭଳି ଅଭିଯୋଗକୁ ନେଇ ଚନ୍ନିଙ୍କୁ ଆଶ୍ୱସନା ଦେଇଛନ୍ତି ଅମିତ ଶାହ | ସେ ନିଜେ ଏ ସମ୍ପର୍କରେ ଯାଞ୍ଚ କରିବେ ବୋଲି କହିଛନ୍ତି |

ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହି ଦାବି କରିଥିଲେ। ଚନ୍ନିଙ୍କ ଲେଖିଛନ୍ତି ଯେ, ଶିଖ୍ ଫର୍ ଜଷ୍ଟିସର ଏଜେଣ୍ଡା ଦେଶର ଶତ୍ରୁମାନଙ୍କର ଏଜେଣ୍ଟା ମଧ୍ୟରେ କିଛି ଫରକ ନାହିଁ। କ୍ଷମତା ଦକ୍ଷଲ କରି ଏମାନେ ପଞ୍ଜାବର ଏକତା ଏବଂ ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି। ନିକଟରେ କୁମାର ବିଶ୍ଵାସ ଏହି ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ଦାବି କରିଥିବା ଚନ୍ନି କହିଛନ୍ତି । ପଞ୍ଜାବର ଲୋକମାନେ ବିଛିନ୍ନତାବାଦୀଙ୍କ ସହ ଲଢେଇ କରି ଅନେକ ମୂଲ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସବୁ ପଞ୍ଜାବୀଙ୍କର ଚିନ୍ତା ଦୂରକରିବାର ଆବଶ୍ୟକତା ଅଛି। ଏହାର ଜବାବରେ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ଉତ୍ତର ଲେଖିଛନ୍ତି। ସେ ଲେଖିଛନ୍ତି, ଗୋଟିଏ ରାଜନୈତିକ ଦଳର ଦେଶ ବିରୋଧୀ, ବିଛିନ୍ନତାବାଦୀ ଓ ବ୍ୟାନ୍‌ସଂସ୍ଥା ସହ ସମ୍ପର୍କ ରଖିବା ଓ ନିର୍ବାଚନରେ ସାହାଯ୍ୟ ଗ୍ରହଣ କରିବା ଦେଶର ଏକତା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗମ୍ଭୀର। ମୁଁ ଆଶ୍ୱସନା ଦେଉଛି ଯେ, ଦେଶର ଏକତାକୁ ଭଙ୍ଗ କରିବା ପାଇଁ କାହାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏହି ପ୍ରସଙ୍ଗକୁ ଭାରତ ସରକାର ଗମ୍ଭୀରତାର ସହ ନେଇଛନ୍ତି। ମୁଁ ବ୍ୟକ୍ତିଗତ ଭାବେ ମାମଲାର ଅନୁଧ୍ୟାନ କରିବି ବୋଲି ଶାହ କହିଛନ୍ତି । ଆପ୍‌ ଏବଂ ଖଲିସ୍ତାନୀ ସପକ୍ଷବାଦୀ (ଶିଖ୍‌ ଫର ଜଷ୍ଟିସ୍‌) ସଙ୍ଗଠନ୍‌ ସହ ସମ୍ପର୍କ ନେଇ ଯାଞ୍ଚ କରାଯିବା ଉଚିତ ବୋଲି ଚନ୍ନି କହିଛନ୍ତି।

ସେ କହିଛନ୍ତି ଯେ, ଏପରି ଲୋକ ବିଛିନ୍ନତାବାଦୀଙ୍କ ସହ ହାତ ମିଳେଇବା ଠାରୁ ଆରମ୍ଭ କରି ପଞ୍ଜାବ ଓ ଦେଶକୁ ବିଭାଜିତ କରିବା ପର୍ଯ୍ୟନ୍ତ ସୀମାକୁ ଯାଇପାରନ୍ତି। ଆମ୍ ଆଦମୀ ପାର୍ଟର ପୂର୍ବତନ ନେତା କୁମାର ବିଶ୍ଵାସ କିଛିଦିନ ପୂର୍ବରୁ ଆପ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଥରେ କଥାବାର୍ତ୍ତାରେ ଅରବିନ୍ଦ କେଜ୍ରିୱାଲ ତାଙ୍କୁ କହିଥିଲେ ଯେ, ସେ ଦିନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ କିମ୍ବା ସ୍ଵତନ୍ତ୍ର ରାଷ୍ଟ୍ର(ଖଲିସ୍ତାନ)ର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ଏହାର ଜବାବ ମଧ୍ୟ ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ, ସବୁ ଦୁର୍ନୀତିଗ୍ରସ୍ତ ଦଳ ଆମ୍ ଆଦମୀ ପାର୍ଟି ବିପକ୍ଷରେ ଏକାଠି ହୋଇଛନ୍ତି। ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ରୋକିବା ପାଇଁ ସାମୁହିକ ଯୋଜନା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Related Posts