ଓଡିଶାରେ ବୁଲୁଛି କୋଲକାତା ହତ୍ୟାକାରୀ, କ୍ରାଇମବ୍ରାଞ୍ଚ ପକ୍ଷରୁ ଫଟୋ ଜାରି

ହତ୍ୟାକାରୀ ବା ଅପରାଧୀଙ୍କ ଚଂଚକତା ଏବେ ପୋଲିସ ପାଇଁ ବଡ ଚ୍ୟାଲେଜ ଭାବେ ଉଭା ହୋଇଛି | ଅନ୍ୟ ରାଜ୍ୟରେ ଅପରାଧିକ କାଣ୍ଡ ଘଟାଇ ଅନ୍ୟ ରାଜ୍ୟକୁ ଚମ୍ପଟ ମାରୁଛନ୍ତି ଅଭିଯୁକ୍ତ | ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିବା ପରେ ଓଡିଶା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି କୋଲକାତାରେ ଦିଲ୍ଲୀ ବାସିନ୍ଦାଙ୍କ ନାଁରେ ହତ୍ୟାମାମଲା । କୋଲକାତାରେ ହତ୍ୟାକରି ଓଡିଶାରେ ବୁଲୁଛି ଅଭିଯୁକ୍ତ ବିମଳ । ଏନେଇ ସୂଚନା ପାଇବା ପରେ ଫେରାର ଅଭିଯୁକ୍ତର ଫଟୋ ଜାରି କଲା ଓଡିଶା କ୍ରାଇମବ୍ରାଞ୍ଚ । କଟକ, ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ବିମଳ ବୁଲୁଥିବା ନେଇ କ୍ରାଇମବ୍ରାଞ୍ଚର ସୂଚନା ।

ଓଡିଶାରେ ବୁଲୁଛି କୋଲକାତା ହତ୍ୟାକାରୀ, ଫଟୋ ଜାରି କଲା କ୍ରାଇମବ୍ରାଞ୍ଚ | ବିମଳ ସମ୍ପର୍କରେ ସୂଚନା ପାଇଲେ କୋଲକତା ପୋଲିସକୁ ଜଣାଇବା ପାଇଁ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଟ୍ବିଟ କରି ସୂଚନା ଦେଲା ଓଡ଼ିଶା କ୍ରାଇମବ୍ରାଞ୍ଚ |

Related Posts