ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ: ୨୬ ମୃତ

ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ପଶ୍ଚିମ ଆଫଗାନିସ୍ତାନ | ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.3 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି | ଏହି ପ୍ରାକୃତିକ ଅଘଟଣରେ ଅତିକମରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି | ଏନେଇ ପ୍ରାଥମିକ ଭାବେ ସୂଚନା ମିଳିଛି । ଅନେକ ଘରର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଏବେ ମଧ୍ୟ ମୃତାହତଙ୍କୁ ଉଦ୍ଧାର ଚାଲିଥିବା ଜଣାପଡିଛି । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ଭୂକମ୍ପ 5.3 ଥିଲା ।

ଗୃହଯୁଦ୍ଧ ଗ୍ରସ୍ତ ଆଫଗାନିସ୍ତାନରେ ଜରୁରୀ ସାମଗ୍ରୀର ସଙ୍କଟ ଲାଗି ରହିଥିବା ବେଳେ ପୁୁଣି ଏକ ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଦ୍ଦଶାକୁ ଆହୁରି ଦ୍ବିଗୁଣିତ କରିଛି । କୋଠା ଗୁଡ଼ିକ ଭୂକମ୍ପରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଅନେକ ବାସହରା ମଧ୍ୟ ହୋଇଛନ୍ତି । 2015ରେ, 7.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ପ୍ରାୟ 280 ଜଣଙ୍କ ମୃତ୍ୟୁ ଘଟିଥିଲା |

Related Posts