
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଗତକାଲି ୱାଲ୍ଡ ଇକୋନମି ଫୋରମର ଭଚ୍ୟୁଆଲ ଅଧିବେଶନରେ ମୋଦି ଭାଷଣ ଦେବା ସମୟରେ ଥଙ୍ଗେଇବାକୁ ନେଇ ସୋସିଆଲ ମିଡିଆରେ ମୋଦି ଭୟଙ୍କର ଟ୍ରୋଲର ଶିକାର ହୋଇଛନ୍ତି । ଟ୍ୱିଟରରେ ହାସଟ୍ୟାଗ କ୍ୟାମ୍ପେନ ‘ଟେଲିପ୍ରୋମ୍ପଟର ପିଏମ’ ଏବେ ଟପ ଟ୍ରେଣ୍ଡିଂ ଲିଷ୍ଟରେ ଉପରେ ଅଛି । ଭାଷଣ ଦେବାବେଳେ ହଠାତ ମୋଦିଙ୍କ ଟେଲିପ୍ରୋମ୍ପଟର ଖରାପ ହୋଇଯାଇଥିଲା । ମୋଦି ଅନଲାଇନାରେ ଭାଷଣ ଦେବା ସମୟରେ ଟେଲିପ୍ରୋମ୍ପଟର କନେକ୍ସନ କଟି ଯାଇଥିଲା । ଏବଂ ଦେଖାଦେଇଥିଲା ମୋଦି ବାମ ଡ଼ାହାଣକୁ ବ୍ୟସ୍ତ ଭାବରେ ଅନାଉଛନ୍ତି ସାହାଯ୍ୟ ପାଇଁ । ଯେପରିକି ସାଇଡରେ ବସିଥିବାକୁ ଲୋକଙ୍କୁ ଅନାଉଥିବା ଭଳି ଲାଗୁଛି । ତାପରେ ଭାଷଣରେ କଣ କହିବେ ସେ ଶବ୍ଦ ଖୋଜିବାରେ ବ୍ୟସ୍ତଥିବା ଭଳି ଲାଗୁଥିଲେ ।
ଏପରିକି କିଛି କହିବାକୁ ଚେଷ୍ଟା ମଧ୍ୟ କହିଥିଲେ କିନ୍ତୁ ସେ କିଛି କହି ପାରିନଥିଲେ । ମୋଟ ଉପରେ ପ୍ରଧାନମନ୍ତ୍ରୀ ୧୦ ସେକେଣ୍ଡ ପାଇଁ ଚୁପ ରହିଲେ । ସେପଟେ ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ତଥା ଅର୍ଥନୀତିଜ୍ଞମାନଙ୍କ ସମ୍ମୁଖରେ ମୋଦି ଭାଷଣ ମୋଝିରେ ହଟବଡେଇବା ଯୋଗୁଁ ଅପ୍ରତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦିଙ୍କୁ ଭୟଙ୍କର ସମାଲୋଚନା କରିଛନ୍ତି ।
ତେବେ ପ୍ରଧାନମନ୍ତ୍ରୀଙ୍କ ମିଥ୍ୟାକୁ ଟେଲିପ୍ରୋମ୍ପଟର ମଧ୍ୟ ସମ୍ଭାଳି ପାରିଲା ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ପାଞ୍ଚ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଅର୍ଥନୀତି ଫୋରମର ଡାଭୋସ ଏଜେଣ୍ଡା ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀଙ୍କ ଥଙ୍ଗେଇବା କଥାକୁ ସହଜରେ ହଜମ କରିପାରୁ ନାହାନ୍ତି ରାହୁଲ ଗାନ୍ଧୀ । ଏନେଇ ଦେଶରେ ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । କିଛି ଲୋକ ମୋଦିଙ୍କ ସପକ୍ଷରେ ବାହାରୁଥିବାବେଳେ ଆଉ କିଛି ତାଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ଅନ୍ୟପଟେ ରାହୁଲ ଗାନ୍ଧୀ ଟ୍ୱିଟ କରିବା ପରେ ଟ୍ୱିଟର ବ୍ୟବହାରକାରୀମାନେ କଂଗ୍ରେସ ନେତାଙ୍କ ଏକ ପୁରଣା ଭିଡିଓକୁ ସେୟାର କରିଛନ୍ତି । ଯେଉଁଠାରେ ସେ କହିଛନ୍ତି, ନରେନ୍ଦ୍ର ମୋଦି ନିଜେ କିଛି କହିପାରିବେ ନାହିଁ । ସେ କେବଳ ଟେଲିପ୍ରୋମ୍ପଟର ହିଁ ପଢ଼ି କହିବାରେ ପାରଙ୍ଗମ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହି ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।