ତେହେରାନ-ଭୟଙ୍କର ରୂପ ନେଲା ଆମେରିକା-ଇରାନ ମଧ୍ୟରେ ସଂଘର୍ଷ । ଆମେରିକା ପକ୍ଷରୁ ଲଗାତାର ଦ୍ୱିତୀୟ ଦିନ ପାଇଁ ଇରାନ ଉପରରେ ଜୋରଦାର ଆକ୍ରମଣ କରାଯିବା ପରେ, ଇରାନ ଏହାର ଦୃଢ଼ ଜବାବ ଦେଇଛି । ଇରାନର ସାମରିକ ସଂଗଠନ ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ’ ପକ୍ଷରୁ କୁୱେତ ଏବଂ ବାହରିନରେ ଥିବା ଆମେରିକୀୟ ସାମରିକ ଘାଟି ଗୁଡ଼ିକୁ ଟାର୍ଗେଟ କରାଯାଇ ବାଲିଷ୍ଟିକ ମିସାଇଲ ଓ ଡ୍ରୋନ ମାଡ଼ କରାଯାଇଛି । ଏହି ପାଲଟା ଆକ୍ରମଣ ପରେ ବାହରିନରେ ଥିବା ଆମେରିକାର ପଞ୍ଚମ ନୌସେନା ବେହର ଶିଖ୍ ଈସା ଏୟାର ବେସ୍ ଏବଂ କୁୱେତର ଅଲ୍ ଅଲି ସାଲେମ ଏୟାର ବେସକୁ ବ୍ୟାପକ କ୍ଷତି ପହଞ୍ଚିଥିବା ଦାବି କରାଯାଇଛି । ଆକ୍ରମଣ ଯୋଗୁଁ ବାହରିନ ଏବଂ କୁୱେତରେ ଏୟାର ଡିଫେନ୍ସ ସାଇରନ୍ ବାଜିଉଠିଥିଲା ଏବଂ ସେଠାକାର ସେନା ହାଇ ଆଲର୍ଟରେ ରହିଛି । ଆମେରିକାର ଲଗାତାର ଆକ୍ରମଣ ନେଇ ଇରାନ କଡ଼ା ଯବାବ ଦେଇଛି।
