ଆସନ୍ତା ୭ରୁ ବାଲେଶ୍ବରରୁ ଭୁବନେଶ୍ବରକୁ ଗଡିବ ପ୍ରଥମ ମେମୁ ଟ୍ରେନ୍

ଆସନ୍ତା ୭ ତାରିଖରୁ ବାଲେଶ୍ବରରୁ ଭୁବନେଶ୍ବରକୁ ଗଡିବ ପ୍ରଥମ ମେମୁ ଟ୍ରେନ୍ | ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଟ୍ରେନ ର ଶୁଭାରମ୍ଭ କରି‌ବେ | ଏନେଇ ବୁଧବାର ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ରେଳମନ୍ତ୍ରୀ ବାଲେଶ୍ବର ରେଳ ଷ୍ଟେସନରୁ ମଧ୍ୟାହ୍ନ ୧୨ଟା ୩୦ରେ ବାଲେଶ୍ବର-ଭୁବନେଶ୍ୱର ମେମୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଅପରାହ୍ନ ୧ଟା ୩୦ରେ ନୀଳଗିରି ରେଳଷ୍ଟେସନର ଶିଳାନ୍ୟାସ ଓ ଜନସଭାକୁ ସମ୍ବର୍ଦ୍ଧିତ, ୩ଟା ୧୫ରେ ରେମୁଣା କ୍ଷୀରଚୋରା ଗୋପୀନାଥଙ୍କୁ ରେଳମନ୍ତ୍ରୀ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୩ଟା ୪୫ରେ ଭଦ୍ରକ-ଖରାଗପୁର ମଧ୍ୟରେ ତୃତୀୟ ଟ୍ରେନ୍ ଲାଇନ କାର୍ଯ୍ୟ ଅଧିନରେ ଥିବା ବସ୍ତା ଷ୍ଟେସନ ଗୃହର ଶୁଭ ଉଦଘାଟନ ଏବଂ ୪ଟା ୫୦ରେ ଜଳେଶ୍ବରଠାରେ ପ୍ରସ୍ତାବିତ ନୂଆଷ୍ଟେସନ ଗୃହର ରେଳମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ।

ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Related Posts