ଭାରତୀୟ ଟିମର ସଙ୍କଟମୋଚକ ସାଜିଥିବା ଅଶ୍ବିନଙ୍କୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗରେ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ମିଳିଛି ବଡ ସଫଳତା | ଖେଳ ଚାଲିଥିବା ବେଳେ, ମ୍ୟାଚ୍‌ର ତୃତୀୟ ଦିନରେ ଇତିହାସ ରଚିଛନ୍ତି ରବିଚନ୍ଦ୍ରନ୍‌ ଅଶ୍ବିନ । ଏହି ଉପଲବ୍ଧି ହାସଲ କରିବା​‌ରେ ଭାରତୀୟ ଖେଳାଳି ଭାବେ ଅଶ୍ବିନ ହେଉଛନ୍ତି ଦ୍ବିତୀୟ ଭାରତୀୟ ।

ଅନିଲ କୁମ୍ବଲେଙ୍କ ପରେ ଆର୍‌ ଅଶ୍ବିନ ଏକମାତ୍ର ବୋଲର ଯିଏକି ଜୋହାନ୍ସବର୍ଗ କ୍ରିକେଟ୍‌ ଗ୍ରାଉଣ୍ଡରେ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । କୁମ୍ବଲେ ପୂର୍ବରୁ ଏହି ଗ୍ରାଉଣ୍ଡରେ ୧୭ଟି ଓ୍ବିକେଟ ନେଇଥିବା ବେଳେ ଏବେ ଅଶ୍ବିନ ହିଁ ଏକ ମାତ୍ର ଭାରତୀୟ ସ୍ପିନର ଯିଏକି ଏହି କ୍ଲବରେ ସାମିଲ ହୋଇଛନ୍ତି ।

ଜୋହାନ୍ସବର୍ଗ ଟେଷ୍ଟର ତୃତୀୟ ଦିନରେ ସାଉଥ୍‌ ଆଫ୍ରିକାର କେଗାନ୍‌ ପିଟରସେନ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । ତା ସହିତ ଏହି ଗ୍ରାଉଣ୍ଡରେ କୁମ୍ବଲେଙ୍କ ପରେ ସେ ପ୍ରଥମ ଭାରତୀୟ ସ୍ପିନର ଭାବେ ଏହି ରେକର୍ଡ ହାସଲ କରିଛନ୍ତି । ପୂର୍ବରୁ ଏହି ମୈଦାନରେ ସଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ ମଧ୍ୟ ବୋଲିଂ କରିସାରିଛନ୍ତି ।

ଅଶ୍ବିନ ଏହି ଓ୍ବିକେଟ୍‌ ଏମିତି ସମୟରେ ନେଇଛନ୍ତି ଯେତେବେଳେକି ଦକ୍ଷିଣ ଆଫ୍ରିକା ବିଜୟ ପାଇଁ ୨୪୦ ରନ ଆବଶ୍ୟକ କରୁଛି । ଜବାବରେ ଘରୋଇ ଟିମ୍‌ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ବିକେଟ ହରାଇ ୧୧୮ ରନ ସଂଗ୍ରହ କରିଛି । ଦ. ଆଫ୍ରିକାର ଅଧିନାୟକ ଡିନ୍‌ ଏଲଗାର ଏବଂ ପିଟରସନ୍‌ ବଡ ପାର୍ଟନରସିପ୍‌ ଆଡକୁ ଅଗ୍ରସର ହେଉଛନ୍ତି । ଚତୁର୍ଥ ଦିନରେ ଉଭୟ ଟିମ ପାଇଁ କର ବା ମର ସ୍ଥିତି ରହିଛି ।