ଇଛା ଶକ୍ତି ଆଗରେ ହାର ମାନିଲା ବୟସ: ଶାଢୀ ପିନ୍ଧି ୧,୮୬୮ ମିଟର ଶୃଙ୍ଗ ଚଢିଲେ ବୃଦ୍ଧା

ସତରେ ଇଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ | ଦୃଢ ଇଛା ଶକ୍ତି ମଣିଷ କୁ ଉଚ୍ଚ ରୁ ଉଚ୍ଚ ତରକୁ ନେଇଯାଏ | ସେହି ଇଛା ଶକ୍ତି ଆମକୁ ସଫଳତା ଆଡକୁ ଟାଣି ନେଇଥାଏ | ତେବେ ସେହି ଇଛା ଶକ୍ତି ଆଗରେ ସବୁ କିଛି ଯେପରି ହାର ମାନିଯାଇଥାଏ | ତେବେ ଜଣେ ୬୨ ବର୍ଷୀୟ ବୃଦ୍ଧାଙ୍କ ଇଛା ଶକ୍ତି ଆଜି ତାଙ୍କୁ ପ୍ରଶଂସା ଆଡକୁ ନେଇଯାଇଛି | ବେଙ୍ଗାଲୁରୁର ୬୨ ବର୍ଷ ବୟସ୍କା ନାଗାରାଥାମ୍ମା ଶାଢୀ ପିନ୍ଧି ପର୍ବତାରୋହଣ କରି ସଭିଁଙ୍କ ହୃଦୟ ଜିତିଛନ୍ତି । ଏହି ବୟସରେ ଅଧିକାଂଶ ଲୋକ ଠିକରେ ଚଳିପାରୁନଥିବାବେଳେ ନାଗରୁତୁମ୍ମା, ଅଗସ୍ତ୍ୟଗରୁଡମ୍ ଶୃଙ୍ଗକୁ ଆରୋହଣ କରିଛନ୍ତି । କେରଳର ସହ୍ୟଦ୍ରୀ ପର୍ବତ ଶୃଙ୍ଖଳାର ଏହା ଏକ ଉଚ୍ଚତମ ଶୃଙ୍ଗ । ଏହାର ଉଚ୍ଚତା ୧,୮୬୮ ମିଟ । ଏହି ଶୃଙ୍ଗ ଆରୋହଣ କରୁଥିବା ତାଙ୍କ ପୁଅ ଓ ପୁଅର ସାଙ୍ଗ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ । ନାଗାରାଥାମ୍ମା ଏକ ଦଉଡି ଧରି ପାହାଡ ଚଢିଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ତାଙ୍କୁ ମିଳିଛି ଅଜସ୍ର ବାହାବା ଓ ତାଙ୍କ ଅଦମ୍ୟ ସାହାସକୁ ସାଲ୍ୟୁଟ କରିଛନ୍ତି ୟୁଜର୍ସ ।

କର୍ଣ୍ଣାଟକ ବାହାରେ ଏହା ତାଙ୍କର ପ୍ରଥମ ଗସ୍ତ । ବିବାହ ପରେ ୪୦ ବର୍ଷ ଧରି ପରିବାର ଦାୟିତ୍ୱ ସମ୍ମାଳିବାରେ ବ୍ୟସ୍ତ ଥିଲେ ନାଗାରାଥାମ୍ମା । ଏବେ ପିଲାମାନେ ବଡ ହୋଇଯିବା ପରେ ନିଜ ସ୍ୱପ୍ନ ପୂରଣ କରିପାରୁଛନ୍ତି ବୋଲି କହିଛନ୍ତି ନାଗାରାଥାମ୍ମା । ତାଙ୍କର ଏହି ପର୍ବତାରୋହଣ ଆଜିକାର ଯୁବ ଆରୋହଣକାରୀଙ୍କ ପାଇଁ ପ୍ରେରଣା ଦେଉଛି । ସେମାନେ ତାଙ୍କ ସାହାସ ଓ ଇଚ୍ଛାକୁ ସାଲ୍ୟୁଟ କରିଛନ୍ତି । ଏଯାଏଁ ତାଙ୍କ ପର୍ବତାରୋହଣ କରୁଥିବା ଭିଡିଓକୁ ଅନଲାଇନରେ ୧ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି | ତାଙ୍କର ଇଛା ଶକ୍ତି ଓ ହଜିଯାଇଥିବା ନିଜ ଇଛାକୁ ପୁଣି ଥରେ ତାଜା କରିବାର ପ୍ରୟାସ ଆଜି ସବୁ ସୁପରିଚିତ କରିପାରିଛି |

Related Posts