ଉତ୍ତରପ୍ରଦେଶ ନିର୍ବାଚନ: ପ୍ରତିବର୍ଷ ହୋଲି ଏବଂ ଦିୱାଲିରେ ମାଗଣା ଏଲପିଜି ଗ୍ୟାସ ସିଲିଣ୍ଡର: ରାଜନାଥ ସିଂ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ର ତୃତୀୟ ପର୍ଯ୍ୟାୟ ମତଦାନ ପୁର୍ବରୁ ରକ୍ଷାମନ୍ତ୍ରୀ ତଥା ବିଜେପି ଷ୍ଟାର୍ ପ୍ରଚାରକ ରାଜନାଥ ସିଂ ଉତ୍ତରପ୍ରଦେଶ ବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଯଦି ୟୁପିରେ ବିଜେପି କ୍ଷମତା ବଜାୟ ରଖେ ତେବେ ତାଙ୍କ ସରକାର ପ୍ରତିବର୍ଷ ହୋଲି ଏବଂ ଦିୱାଲିରେ ମାଗଣା ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଉତ୍ତରପ୍ରଦେଶର ଗୋଣ୍ଡାର କର୍ଣ୍ଣେଲଗଞ୍ଜ ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏପରି କହିଛନ୍ତି ।

ତେବେ ରାଜୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିଲା ବେଳେ ରାଜନାଥ ସିଂ ଦାବି କରିଛନ୍ତି ଯେ ପୋଲ ଆନାଲିଷ୍ଟ ଏବଂ ସର୍ଭେ ଏଜେନ୍ସି କହିଛି ଯେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେପି ସମାନ ସଂଖ୍ୟକ ସିଟ୍ ପାଇବାକୁ ଯାଉଛି। ଯେତିକି ଗତ ବିଧାନସଭା ନିର୍ବାଚନରେ ଜିତିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଚୀନ୍ ଏବଂ ପାକିସ୍ତାନ ନିକଟତର ମନ୍ତବ୍ୟ ଉପରେ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରାଚୀନ ଭାରତର ଇତିହାସ ଅଧ୍ୟୟନ କରିନାହାଁନ୍ତି, ଅନ୍ତତଃ ପକ୍ଷେ ଆଧୁନିକ “ଜବାହରଲାଲ ନେହେରୁଙ୍କ ଇତିହାସ ଅଧ୍ୟୟନ କରିବା ଉଚିତ ବୋଲି ସେ ରାହୁଲଙ୍କ କଟାକ୍ଷ କରିଥିଲେ ।

Related Posts