ପୂର୍ବତନ ଆମ୍ ଆଦମୀ ପାର୍ଟି(ଏଏପି) ନେତା କୁମାର ବିଶ୍ୱାସଙ୍କୁ ୱାଇ ବର୍ଗର ସୁରକ୍ଷା

ପୂର୍ବତନ ଆମ୍ ଆଦମୀ ପାର୍ଟି(ଏଏପି) ନେତା କୁମାର ବିଶ୍ୱାସଙ୍କ ବୟାନ କୁ ନେଇ ଏବେ ତେଜିବାରେ ଲାଗିଛି ରାଜନୀତି । ଏପରିକି ତାଙ୍କ ବୟାନ ଏବେ ତାଙ୍କ ଜୀବନ ପ୍ରତି ବିପଦ ଆଣିଦେଇଛି । ଏନେଇ ତାଙ୍କ ସୁରକ୍ଷା ପାଇଁ ୱାଇ ବର୍ଗର ସୁରକ୍ଷା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏବେ କୁମାର ବିଶ୍ୱାସଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳ ସିଆରପିଏଫ ଦ୍ୱାରା ୱାଇ ବର୍ଗର ସୁରକ୍ଷା ମିଳିବ।

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ବିଚ୍ଛିନ୍ନତାବାଦୀ ପୋଷାକ ସହ ଲିଙ୍କ୍ ଥିବା ଅଭିଯୋଗ କରିଥିଲେ। ଏହା ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। କୁମାରଙ୍କ ଏହି ବୟାନକୁ ନେଇ ରାଜନୀତି ଜୋର ଧରିଥିଲା। ଏପରିକି ପଞ୍ଜାବ ମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି ନିଷିଦ୍ଧ ସଂଗଠନ ଶିଖ୍ ଫର ଜଷ୍ଟିସ୍ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଥିବା ଲିଙ୍କ ସମ୍ପର୍କକୁ ଗୁରୁତର ସହ ନେଇ ଏହି ଘଟଣାର ପୁଙ୍ଖାନୁପୁଙ୍ଖ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କୁ ଚିଠି ଲେଖିଥିଲେ।

ଚଳିତ ମାସ ୨୦ ତାରିଖରେ କୁମାର ବିଶ୍ୱାସ କହିଥିଲେ ଯେ ବିଚ୍ଛିନ୍ନତାବାଦୀଙ୍କ ସାହାଯ୍ୟ ନେବାରେ କେଜ୍ରିୱାଲଙ୍କର ମଧ୍ୟ ଦ୍ୱିଧା ନାହିଁ। ପଞ୍ଜାବ ଏକ ରାଜ୍ୟ ନୁହେଁ। ପଞ୍ଜାବ ଏକ ଭାବନା। ପଞ୍ଜାବ ତ ସମଗ୍ର ବିଶ୍ୱରେ ଏକ ଭାବନା। ଏପରି ପରିସ୍ଥିତିରେ, ଜଣେ ବ୍ୟକ୍ତି ଯାହାଙ୍କୁ ମୁଁ ବିଚ୍ଛିନ୍ନତାବାଦୀଙ୍କ ପକ୍ଷ ନ ନେବାକୁ କେଜ୍ରିୱାଲଙ୍କୁ କହିଥିଲି କିନ୍ତୁ ସେ କହିଥିଲେ ନା-ନା ହୋଇଯିବ ।

Related Posts