ଉତ୍ତରାଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ ହରକ ସିଂ ରାୱତଙ୍କ ଇସ୍ତଫା

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଝଟକା | ଇସ୍ତଫା ଦେଲେ ଉତ୍ତରାଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ ହରକ ସିଂ ରାୱତ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଟିମରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ହରକ ସିଂ । ତେବେ ସେ ଅନ୍ତଃକନ୍ଦଳ ଯୋଗୁଁ ଇସ୍ତଫା ଦେଇଥିବା ସୂଚନା ରହିଛି | ଉତ୍ତରାଖଣ୍ଡର ଟାଣୁଆ ନେତାଙ୍କ ମଧ୍ୟରୁ ହରକ ସିଂ ରାୱତ ଅନ୍ୟତମ । ୨୦୧୬ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ହରକ ସିଂ ରାୱତ ।

Related Posts