ଉତ୍ତରାଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସଭା ମଞ୍ଚ ଉପରକୁ ଛୁରା ଧରି ଚଢିଗଲା ଯୁବକ, କାବୁ କଲେ କଂଗ୍ରେସ କର୍ମୀ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ନେଇ ସମଗ୍ର ଦେଶରେ ତୁମ୍ବି ତୋଫାନ ଚାଲିଥିବା ବେଳେ ଏବେ ସାମ୍ନା କୁ ଆସିଛି ଆଉ ଏକ ସମାନ ଘଟଣା | ଉତ୍ତରାଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାବତଙ୍କ କ୍ଷେତ୍ରରେ ଘଟିଛି ସମାନ ଘଟଣା | କାଶୀପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାବତ ଯାଇଥିବା ବେଳେ ଜଣେ ଯୁବକ ଏକ ଛୁରୀ ଧରା ମଞ୍ଚ ଉପରେ ପହଞ୍ଚି ଯାଇଥିଲେ।

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଅନିୟମିତତା । ଅଳ୍ପକେ ବଞ୍ଚିଯାଇଛନ୍ତି ହରିଶ ରାୱତ । କାଶିପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ହରିଶ ରାୱତ । ସେଠାରେ ଲୋକଙ୍କୁ ସମ୍ବୋଧନ କରି ତଳକୁ ଓହ୍ଲାଇବା ବେଳକୁ ଜଣେ ଯୁବକ ହଠାତ ମଞ୍ଚ ଉପରକୁ ଚଢିଯାଇ ‘ଜୟ ଶୟୀ ରାମ’ ନାରା ଦେଇଥିଲା ।

ସେଠାରେ ଥିବା କର୍ମକର୍ତ୍ତାମାନେ ମାଇକ୍ରୋଫୋନ ବନ୍ଦ କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ଛୁରା ଦେଖାଇ ତାଙ୍କ ସହ ନାରା ନଦେଲେ ଜୀବନରୁ ମାରି ଦେବାକୁ ଧମ ଦେଇଥିଲେ । ହେଲେ ସେଠାରେ ଥିବା କଂଗ୍ରେସ କର୍ମୀମାନେ ଯୁବକକୁ ଆୟତ୍ତ କରିନେଇଥିଲେ ।

ଏହି ଘଟଣା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା । ବ୍ୟକ୍ତି ଜଣକୁ ଧରି ପୋଲିସର ଜିମା ଦେଇଥିଲେ କଂଗ୍ରେସ କର୍ମୀ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଂଜାବରେ ବିରୋଧ ଓ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଘୋର ତ୍ରୁଟିକୁ ନେଇ ବିବାଦ ଥମିନଥିବାବେଳେ ହରିଶ ରାୱତଙ୍କ ସୁରକ୍ଷାରେ ଏପରି ଅବ୍ୟବସ୍ଥା ଏବେ ଆଲୋଚନାର ବିଷୟ ପାଲିଟିଛି ।

Related Posts