ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି କରିବେ ବଲିଉଡ୍‌ ସିଙ୍ଗମ୍‌, ‘ରୁଦ୍ର- ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ ଫିଲ୍ମ ଜରିଆରେ ଆସିବେ ନଜର

ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି କରିବେ ବଲିଉଡ୍‌ ସିଙ୍ଗମ୍‌ | ଖୁବଶୀଘ୍ର ‘ରୁଦ୍ର- ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ ଫିଲ୍ମ ଜରିଆରେ ୱେବ୍‌ ସିରିଜ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ୍‌ ସିଙ୍ଗମ୍‌ ଅଜୟ ଦେବଗନ୍‌ । ଏନେଇ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଟ୍ରେଲର ସେୟାର କରିଛନ୍ତି ଅଜୟ ଦେବଗନ | ତାଙ୍କୁ ଏହି ୱେବ୍‌ ସିରିଜ୍‌ରେ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି ।

ସେ ଲେଖିଛନ୍ତି ଯେ, ‘ଅନ୍ଧାର ଓ ଆଲୋକ ମଧ୍ୟରେ ଥିବା ଜୀବନରେଖାରେ ମୁଁ ଅଛି’ ।

ଖୁବଶୀଘ୍ର ଆସୁଛି ରୁଦ୍ର, ଆପଣଙ୍କ ଡିଜନୀ ପ୍ଳସ ହଟ୍‌ଷ୍ଟାରରେ । ବ୍ରିଟିସ୍‌ ସିରିଜ୍‌ ଉପରେ ଆଧାରିତ ଥିବା ହଲିଉଡ୍‌ ମୁଭି ‘ଲୁଥର’ ର କାହାଣୀ ସହିତ କିଛି ସିକ୍ୱେଲ ରୁଦ୍ରରେ ରହିଥିବା କୁହାଯାଉଛି । ଏ ଫିଲ୍ମକୁ ନେଇ ହଟ୍‌ଷ୍ଟାର ପକ୍ଷରୁ ଏକ ସ୍ପେଶାଲ ଏଡିସନ୍‌ ତିଆରି କରାଯାଇଛି, ଯେଉଁଥିରେ ବଛା ବଛା ଅଭିନେତାମାନଙ୍କୁ ନିଆଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ରାଜେଶ ମାପୁସକର ଦେଇଥିବା ବେଳେ ଏଥିରେ ଅଜୟ ଦେବଗନଙ୍କ ସହିତ ଅତୁଲ କୁଲକର୍ଣ୍ଣି, ରାଶି ଖାନ୍ନା, ଇଶା ଦେଓଲ୍‌, ଅଶ୍ୱୀନି କଲସେକର ଏବଂ ଆଶିଷ ବିଦ୍ୟାର୍ଥୀ ପ୍ରମୁଖ ଅଭିନୟ କରିଛନ୍ତି । ଅଜୟ ଦେବଗନ ତାଙ୍କର ଦମଦାର ଆକ୍ସନ୍‌ ସହିତ ୟୁନିକ୍‌ ଲୁକ୍‌କୁ ନେଇ ତାଙ୍କର ପ୍ରଥମ ୱେବ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଅଜୟ କହିଛନ୍ତି, ୱେବ୍‌ରେ ଦର୍ଶକ ବର୍ତ୍ତମାନ ଢ଼େର ସାରା ମନୋରଞ୍ଜନ ପାଇପାରୁଛନ୍ତି, ଯେହେତୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ କିଛି ଥିଏଟର ଉପରେ କଟକଣା ଲଗାଯାଇଛି, ତେଣୁ ସେଥିାଇଁ ଏହି ଫିଲ୍ମଟି ୱେବରେ ରିଲିଜ୍‌ ହେବାକୁ ଯାଉଛି ଏବଂ ଦର୍ଶକ ମଧ୍ୟ ଏହାଦ୍ୱାରା ବେଶ ଉପକୃତ ହୋଇପାରିବେ ଡିଜନୀ ପ୍ଳସ୍‌ ହଟଷ୍ଟାର ଏବଂ ଆପ୍ଳାଉସ୍‌ ଓ ବିବିସି ଭଳି ପ୍ଳାଟଫର୍ମର ସହଯୋଗରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଥିବାରୁ ଏହା ପ୍ରତ୍ୟେକ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବାରେ ନିଶ୍ଚିତ ସହାୟକ ହେବ । ପରଦାରେ ଜଣେ ସି ।ହୀର ଭୂମିକା କରିବା ମୋ ପାଇଁ ନୂଆ ବୋଲି ଅଜୟ କହିଛନ୍ତି । କିନ୍ତୁ ଏହି ଚଳଚ୍ଚିତ୍ରରେ ଯେଉଁ ଭୂମିକା ସେ ନିଭାଇଛନ୍ତି, ତାହା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିଲା ବୋଲି କହିଛନ୍ତି ଅଜୟ । ଖୁବଶୀଘ୍ର ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା କରାଯିବା ବୋଲି ଅଜୟ ଦେବଗନ କହିଛନ୍ତି ଏବଂ ଏହି ଫିଲ୍ମ ଡିଜନୀ ପ୍ଳସ୍‌ ହଟଷ୍ଟାରରେ ହିନ୍ଦୀ, ତାମିଲ, ତେଲଗୁ, କନ୍ନଡ଼, ମରାଠି, ମାଲାୟଲମ୍‌ ଏବଂ ବଙ୍ଗଳାରେ ରିଲିଜ୍‌ ହେବ |

Related Posts