ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ପୁଣି ଡରାଇଲାଣି ବାତ୍ୟା। ବାତ୍ୟା ଆସିବା ନେଇ ପୂର୍ବାନୁମାନ କରୁଛନ୍ତି ବିଭିନ୍ନ ମଡେଲ୍। ଆମେରିକାର ଜିଏଫ୍‌ଏସ୍, ୟୁରୋପର ଇସିଏମଡବ୍ଲୁଏଫ, ଏଆଇ ତଥା ଆଇଏମଡି ମଡେଲରେ ବି ବାତ୍ୟା ନେଇ ଆକଳନ କରୁଛି। ଆମେରିକୀୟ ଜିଏଫ୍‌ଏସ୍‌ ମଡେଲର ଆକଳନ ଆସନ୍ତା ଅନୁଯାୟୀ ୧୮ରୁ ୧୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଚାଇନା ସାଗରରୁ ଅବଶିଷ୍ଟାଂଶ ଭାବେ ପ୍ରବେଶ କରିବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ସେପ୍‌ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହା ପୂର୍ବ ଉପକୂଳ ଆଡକୁ ଗତିକରି ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁ ହେବା ସହ ଓଡ଼ିଶା ପ୍ରଭାବିତ ହେବାର ସମ୍ଭାବନା ଦର୍ଶାଉଛି। ୨୦ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଥାଇଲାଣ୍ଡ ଉପକୂଳରେ ପ୍ରବେଶ କରିବାର ସମ୍ଭାବନା ରହିଛି।
ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଭାରତରୁ ପ୍ରତ୍ୟାବର୍ତ୍ତନ ବା ବିଦାୟ ନେବା ଆରମ୍ଭ କରିବ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ ଆଡ଼କୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ପର୍ଯ୍ୟାୟ କ୍ରମେ ଉତ୍ତର –ପଶ୍ଚିମ ଭାରତରୁ ମୌସୁମୀ ବିଦାୟ ନେବ। ପାଗ ଅନୁକୂଳ ରହିଲେ ଅକ୍ଟୋବର ଦ୍ବିତୀୟ ସ୍ପାହ ସୁଦ୍ଧା ଓଡ଼ଶାରୁ ମଧ୍ୟ ମୌସିମୀ ସସ୍ପୂର୍ଣ୍ଣ ଫେରିଯିବାର ସମ୍ଭାବନା ରହିଛି। ତେବେ ଲେଉଟାଣି ପୂର୍ବରୁ ବଙ୍ଗପସାଗରରେ ଦୁଇଟି ଘୂର୍ଣ୍ଣିବଲୟ ସୃଷ୍ଟି ହେବାର ଆଶଙ୍କା ରହିଛି।