ଭୁବନେଶ୍ଵର, (ସତ୍ୟପାଠବ୍ୟୁରୋ): ଜ୍ବର ଛାଡ଼ିବା ପରେ ସୁସ୍ଥ ଅଛନ୍ତି ଓରାଙ୍ଗଉଟାଙ୍ଗ। ସେମାନେ ଏବେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି। ଧୀରେ ଧୀରେ ଓଡ଼ିଶାର ପାଣିପାଗ ସହ ଖାପ ଖୁଆଉଛନ୍ତି। ୨ ପୁରୁଷ ଓରାଙ୍ଗଉଟାଙ୍ଗଙ୍କ ମଳ ନମୁନା ପରୀକ୍ଷା କରାଯାଇଛି। ନନ୍ଦନକାନନ ପକ୍ଷରୁ ହେଲଥ ବୁଲେଟିନ ଜାରି କରାଯାଇଛି। ପୂର୍ବ ତୁଳନାରେ ୫ ଶିଶୁ ଓରାଙ୍ଗଉଟାନଙ୍କ ଚଳପ୍ରଚଳରେ ମଧ୍ୟ ଉନ୍ନତି ଘଟିଛି । ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସମସ୍ତ ଶାବକ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ସେମାନଙ୍କ ସକ୍ରିୟତାରେ ସୁଧାର ଆସିଛି । ତେଣୁ ସେମାନଙ୍କୁ କାଚ ଘରୁ ଓପନ ଏନକ୍ଲୋଜରକୁ ଆଣିବାକୁ ଯୋଜନା କରାଯାଉଛି । ପରିବେଶ ସହ ଖାପ ଓରାଙ୍ଗଉଟାନଙ୍କୁ ଖୁଆଇବାକୁ ଏଭଳି ଯୋଜନା କରାଯାଉଛି । ଦିଲ୍ଲୀ, ଡେରାଡୁନ ଓ ମହିଶୁରରୁ ଟିମ ଆସି ଅନୁଧ୍ୟାନ କରିବା ସହ ଓରାଙ୍ଗଓଟାନଙ୍କ ପାଇଁ ଗଠିତ ବୈଷୟିକ କମିଟି ଗ୍ରୀନ୍ ସିଗନାଲ ଦେବା ପରେ ପଦକ୍ଷେପ ନିଆଯିବ । ତେବେ ଖୁଆଡ଼ ଭିତରେ ମଧ୍ୟ କ୍ଵାରେଣ୍ଟିନରେ ରହିବେ ଓରାଙ୍ଗଓଟାନ । ଖୁଆଡ଼ରେ ପର୍ଯ୍ୟଟକ ମାନଙ୍କ ପାଇଁ କଟକଣା ରହିବ । ଏବେ ୫ଟି ଯାକ ଓରାଙ୍ଗଓଟାନ ସୁସ୍ଥ ଅଛନ୍ତି । ସେମାନେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଥିବା ବେଳେ ସେମାନଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ।
ସେପଟେ ଏହି ଘଟଣାରେ ଏସଟିଏଫ ତଦନ୍ତ ଜାରି ରହିଛି। ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୋଲିସର ସହାୟତାରେ ନେବ ଏସଟିଏଫ। ପୂର୍ବରୁ ଏହି ରାଜ୍ୟ ଗୁଡ଼ିକରେ ସମାନ ଢ଼ଙ୍ଗରେ ଓରାଙ୍ଗଉଟାଙ୍ଗ ଉଦ୍ଧାର ହୋଇଥିବାରୁ ତଦନ୍ତରେ ସେମାନଙ୍କ ଅନୁଭବ ଓ ସୂଚନା ଗୁରୁତ୍ବପୂର୍ଣ୍ଣ ହେବ।୨୦୨୨ ମସିହାରେ ଆସାରର କାଚାର ଜିଲ୍ଲାରେ ୨ଟି ଶିଶୁ ଓରାଙ୍ଗଉଟାଙ୍ଗ ଉଦ୍ଦାର ହୋଇଥିବା ଜଣାପଡ଼ିଛି। ୨୦୨୩ ମସିହାରେ ମିଜୋରାମର ଆଇଜଲ ଜିଲ୍ଲାର ଗୋଟିଏ ଓରାଙ୍ଗଉଟାଙ୍ଗ ସମାନ ଢଙ୍ଗରେ ଉଦ୍ଧାର ହୋଇଥିଲା। ଏନେଇ ଏବେ ଏସିଟିଏଫ ଏହି ରାଜ୍ୟ ଗୁଡ଼ିକର ସହାୟତା ନେବ ବୋଲି ସୂଚନା ମିଳିଛି। ନିକଟରେ ବାଲେଶ୍ୱରର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ଏହି ଶାବକମାନଙ୍କୁ ସେପ୍ଟେମ୍ବର ୮ ତାରିଖରୁ ନନ୍ଦନକାନନର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ଏନକ୍ଲୋଜରରେ ରଖାଯାଇଛି ।
