କଂଗ୍ରେସର ମାରାଥନ ରାଲିରେ ଦଳଚକଟା: ଅନେକ ଛାତ୍ରୀ ଆହତ, ମେଡିକାଲରେ ଭର୍ତ୍ତି

ଉତ୍ତର ପ୍ରଦେଶ ବରେଲି ଠାରେ କଂଗ୍ରେସ ପକ୍ଷରୁ ମାରାଥନ ରାଲି ଆୟୋଜିତ ହୋଇଯାଇଛି | ମାତ୍ର ଏହି ରାଲିରେ ଅଘଟଣ ଘଟିଛି | ରାଲିରେ ଦଳାଚକଟା ହୋଇଛି | ଫଳରେ କିଛି ଛାତ୍ରୀ ଆହତ ହୋଇଛନ୍ତି । ପିଲାମାନେ ଜୋତା ଚପଲ ଏପଟେ ସେପଟେ ପଡିଥିବାର ଦେଖିବାକୁ ମିିଳିଛି । ଏହାସହ ଆହତ ଛାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ମାରାଥନ ରାଲିର ଭିଡିଓ ଏବେ ସାମ୍ନାକୁ ଆସିଛି । ରାଲିରେ କରୋନା କଟକଣାକୁ ବିଲକୁଲ ପାଳନ କରାଯାଉ ନଥିବା ଦେଖିବାକୁ ମଳିଛି । ଭିଡିଓରେ ଦେଖିବାକୁ ମିଳିଛି କି ଏହି ମାରାଥନରେ ହଜାର ହଜାର ସଂଖ୍ୟାରେ ଛାତ୍ରୀମାନେ ଯୋଗ ଦେଇଥିଲେ । ମାରାଥନରେ ଦୈଡିବା ବେଳେ କିଛି ଛାତ୍ରୀ ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ଧକ୍କା ଦେଇ ଜଣଙ୍କ ପରେ ଜଣେ ଛାତ୍ର ଛାତ୍ରୀ ପଡିଯାଇଥିଲେ । ଏହାପରେ ଆୟୋଜନ କର୍ତ୍ତା ପିଲାମାନଙ୍କୁ ତଳୁ ଉଠାଇ ଆହତ ଛାତ୍ରୀମାନଙ୍କୁ ମେଡିକାଲ ପଠାଇଛନ୍ତି ।

ଏହି ଘଟଣା ପରେ କଂଗ୍ରେସ ନେତା ତଥା ପୂର୍ବତନ ମେୟର ସ୍ରୁପିୟା ଏରନ ଏହାକୁ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି । ସେ କହିଛନ୍ତି କି ବୈଷ୍ଣବ ଦେବୀ ମନ୍ଦିରରେ ଯଦି ଦଳଚକଟା ହେଉଛି ତେବେ ଏଠାରେ କାହିଁକି ନୁହେଁ । କହିରଖୁ କି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ନିର୍ବାଚନରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବା ଉପରେ ଜୋର ଦେଉଛନ୍ତି । ସେ ଏହି ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଘୋଷଣା କରିଛନ୍ତି । ଏହା ବ୍ୟତୀତ ଛାତ୍ରୀଙ୍କୁ ସ୍କୁଟି, ମୋବାଇଲ ସମେତ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ନିଜେ ପ୍ରିୟଙ୍କା ଗାନ୍ଧୀ ଲଗାତର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାଙ୍କୁ ସିଧା ସଳଖ ଭେଟିବାକୁ ରାଲି ଓ ସମାବେଶମାନ କରୁଛନ୍ତି । କେତେବେଳେ ଚୁଡି ତିଆରି କରୁଥିବା ମହିଳାଙ୍କ ଘରେ ପହଂଚୁଛନ୍ତି ତ କେତେବେଳେ କଲେଜ ପଢୁଥିବା ଛାତ୍ରୀଙ୍କ ସହ ସେଲ୍ଫି ନେଉଥିବାର ଦେଖିବାକୁ ମିଳୁଛି । କହିରଖୁ କି ପ୍ରିୟଙ୍କାଙ୍କ ‘ଲେଡକୀ ହୁଁ ଲଡ ଶକ୍ତି ହୁଁ’ ନାରା ମାଧ୍ୟମରେ କଂଗ୍ରେସ ଉତ୍ତର ପ୍ରଦେଶରେ ନିର୍ବାଚନୀ ମାହୋଲ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ।

Related Posts