କଟକ(ସତ୍ୟପାଠବ୍ୟୁରୋ): କଟକ ଚୌଧୁରୀ ବଜାର ଛକ ନିକଟ ଏକ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବିଭିନ୍ନ ପ୍ରକାର କପଡ଼ା ଓ ବ୍ୟାଗ୍ ସାମଗ୍ରୀ ଦୋକାନରେ ନିଆଁ ଲାଗିଯାଇଛି । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ୨ଟି ଅଗ୍ନିଶମ ବାହିନୀ ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିବା ସହିତ ଲକ୍ଷାଧିକ ଟଙ୍କାର ଜିନିଷ କ୍ଷୟକ୍ଷତି ହୋଇଛି । ଅନ୍ୟପଟେ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି, ତିନି ମହଲା ଉପରେ ଲାଗିଥିବା ନିଆଁକୁ ଲ୍ୟାଡ଼ର ବ୍ୟବହାର କରି ଆୟତ୍ତ କରାଯାଇଛି ।
