କଟକ(ସତ୍ୟପାଠବ୍ୟୁରୋ): ବଦଳିଲେ ରେଭେନ୍ସା ଚିଫ୍ ୱାର୍ଡେନ୍ । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ସାମ୍ନାକୁ ଆସିଛି ବଡ଼ ନିଷ୍ପତ୍ତି। ରେଭେନ୍ସା ହଷ୍ଟେଲ୍ ଚିଫ୍ ଓ୍ୱାର୍ଡେନଙ୍କ ବଦଳି ହୋଇଛି । ସୁଦର୍ଶନ ମିଶ୍ରଙ୍କ ସ୍ଥାନରେ ପୂର୍ଣ୍ଣେନ୍ଦୁ ପାଢ଼ୀ ହୋଇଛନ୍ତି ନୂଆ ଚିଫ୍ ଓ୍ୱାର୍ଡେନ। ୨ ଜଣ ଡେପୁଟି ଚିଫ୍ ଓ୍ୱାର୍ଡେନଙ୍କୁ ମଧ୍ୟ ବଦଳି କରାଯାଇଛି । ଦୀପ୍ତି ରାଉତ ଓ ଦ୍ୱିତୀକୃଷ୍ଣ ବେହେରା ହେଲେ ନୂଆ ଡେପୁଟି ଚିଫ୍ ଓ୍ୱାର୍ଡେନ ।
ଏଥିସହ ବିଭିନ୍ନ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ମଧ୍ୟ ବଦଳିଛନ୍ତି । ସେପଟେ ରେଭେନ୍ସା କୁଳପତି କହିଛନ୍ତି, ବଦଳି ବିଶ୍ୱବିଦ୍ୟାଳୟର ଏକ ସ୍ୱାଭାବିକ ପ୍ରକ୍ରିୟା । ନୂଆ ଅଭିଜ୍ଞ ଅଧ୍ୟାପକଙ୍କୁ ହଷ୍ଟେଲ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ହଷ୍ଟେଲ ଦାୟିତ୍ୱରୁ ବଦଳିଲେ ସେମାନେ ଆଗକୁ ମଧ୍ୟ ରେଭେନସା ପାଇଁ କାର୍ଯ୍ୟ କରିବେ।
