କେନ୍ଦ୍ରାପଡାରେ ଲୁଟେରାଙ୍କ ଆତଙ୍କରାଜ୍, ଗାଡି କାଚ ଭାଙ୍ଗି ଲୁଟିନେଲେ ୧ ଲକ୍ଷ ୭୨ ହଜାର ଟଙ୍କା

ସତ୍ୟପାଠ 26/12 କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନାଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ଲୁଟ୍‌ପାଟ୍ । ଗତକାଲି ରାତି ୮ଟା ୩୦ ମିନିଟ୍ ସମୟରେ ଜୟନଗର ନିକଟ ବଦପଙ୍କ ପାଖରେ ଜଣେ ଯୁବକଙ୍କ ଗାଡିର କାଚ ଭାଙ୍ଗି ଏକ ବ୍ୟାଗରେ ରଖା ଯାଇଥିବା ୧ ଲକ୍ଷ ୭୨ ହଜାର ଟଙ୍କାକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି।
ଗାଡି ମାଲିକ ହେମନ୍ତ ସାମଲ ଦୁର୍ବୃତ୍ତଙ୍କ ପିଛା କରି ନିରାଶ ହେବାରୁ ଶେଷରେ ରାଜକନିକା ଥାନାରେ ଏତଲା ଦେଇଛନ୍ତି। ତେବେ ଅଭିଯୁକ୍ତଙ୍କ ଘର ତ୍ରୈଲୋକ୍ୟପୁରକୁ ପୋଲିସ ତଦନ୍ତ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଛନ୍ତି । ପୋଲିସ ଏନେଇ ଅଧିକ ତଦନ୍ତ କରୁଛି । ରାଜକନିକା ଥାନାଞ୍ଚଳରେ ଲଗାତର ଭାବରେ ଏଭଳି ଘଟଣା ଘଟୁଥିବାରୁ ଏହା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Related Posts