ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ)- ହୁତୁ ହୁତୁ ହୋଇ ଜଳୁଛି ସୂତା ଫ୍ୟାକ୍ଟ୍ରି ଓ କପଡା ଗୋଦାମ। ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବର ତମାଣ୍ଡୋ ଥାନା ପାତ୍ରପଡାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିବାବେଳେ ହୁତୁ ହୁତୁ ହୋଇ ଜଳୁଛି ଫ୍ୟାକ୍ଟ୍ରି। ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ତମାଣ୍ଡୋ ଓ ଜଟଣୀ ଅଗ୍ନିଶମ ବାହିନୀ। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ନଷ୍ଟ ହୋଇଛି।